ବାତ୍ୟା ନୁହେଁ ଡରାଇଲାଣି କୃତିମ ବନ୍ୟା, ବୁଡିଲା ଶ୍ରୀକ୍ଷେତ୍ର
Khabar Odisha:water-blocking-and-artificial-flood-in-puri
ପୁରୀ, ଅକ୍ଟୋବର ୧୨(ଖବର ଓଡିଶା):

ଟଳିଲା ବାତ୍ୟା ଆଶଙ୍କା କିନ୍ତୁ ଡରାଇଲାଣି ବର୍ଷା ପାଣି । ଏପଟେ ଜଳବନ୍ଦୀ ଅବସ୍ଥାରେ ଶ୍ରୀକ୍ଷେତ୍ର । ଗତକାଲିଠାରୁ ତିତଲି ପ୍ରଭାବରେ ପୁରୀ ସହରରେ ଚାଲିଛି ଲଗାଣ ବର୍ଷା ।  ଫଳରେ ଅନେକ  ସାହି ଓ ଗଳିରେ ପାଣିର  ସୁଅ ଛୁଟୁଛି । ବଡଦାଣ୍ଡରେ ବର୍ଷା ଓ ନଳା ପାଣି ଏକାକାର ହୋଇଯାଇଛି । ବଡଦାଣ୍ଡ ଏକ ପ୍ରକାର ପୁଷ୍କରିଣୀର ଭ୍ରମ ସୃଷ୍ଟି କରିଛି । 

ଜିଲ୍ଲାରେ ୧୯୯ ମିଲିମିଟର ବର୍ଷା ହୋଇଥିବାବେଳେ ସହରରେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି । ନଳା ପାଣି ଘରେ ପଶି ଯାଇ ଅପ୍ରିତିକର ପରସ୍ଥିତି ସୃଷ୍ଟି କରିଛି  । ସମୁଦ୍ର ଆଜି ମଧ୍ୟ ଅଶାନ୍ତ ହୋଇଛି । ବଡ ବଡ ଜୁଆର କୂଳ ଲଂଘୁଛି । ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । 

ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଆରମ୍ଭ କରିଛି ପୁରୀ ପୌରସଂସ୍ଥା । ୨୦ଟି ପମ୍ପ ସେଟକୁ ଜଳ ନିଷ୍କାସନରେ ନିୟୋଜିତ କରାଯାଇଛି ।  ଆଉ ୧୪ ଟି ପମ୍ପ ସେଟରୁ ପ୍ରସ୍ତୁତ କରାଯାଇ ରଖାଯାଇଛି । ଜଳବନ୍ଦୀଙ୍କୁ ଅତିଶୀଘ୍ର ଉଦ୍ଧାର ପାଇଁ ପ୍ରଚେଷ୍ଟା କରାଯାଉଥିବା ପ୍ରଶାସନ ତରଫରୁ କୁହାଯାଇଛି । 

  • Tags:

Subscribe

National International State Sports Entertainment