ସ୍ମିଥ୍ ଖେଳୁ ନ ଥିବାରୁ କୋହଲି ହେଉଛନ୍ତି ବର୍ତମାନର ଶ୍ରେଷ୍ଠ ଖେଳାଳି- ରିକି ପଣ୍ଟିଂ
Khabar Odisha:virat-kohli-currently-best-batsman-because-steve-smith-not-playing-cricket-ponting
ନୂଆଦିଲ୍ଲୀ, ଜୁଲାଇ ୧୩(ଖବର ଓଡିଶା) :

ଅଷ୍ଟ୍ରେଲିଆର ପ୍ରାକ୍ତନ କ୍ରିକେଟ୍ ଦଳର ଅଧିନାୟକ ରିକି ପଂଟିଂ ଭାରତୀୟ ବ୍ୟାଟସମ୍ୟାନ୍ ବିରାଟ କୋହଲିଙ୍କୁ ଏଥି ପାଇଁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ମାନୁଛନ୍ତି କାରଣ ତାଙ୍କ ଦଳର ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ବଲ୍ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇଛନ୍ତି । 

ଯେତେବେଳେ ରିକିଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ କିଏ ବୋଲି ପ୍ରଶ୍ନ କରାଯାଇଥିଲା, ସେହି ସମୟରେ ରିକି କୋହଲିଙ୍କ ନାମ ନେବା ସହ ବର୍ତମାନ ସ୍ମିଥ୍ ଖେଳୁ ନଥିବା କଥା କହିଥିଲେ  ।

ରିକି ଚ୍ୟାନେଲ୍ ୭ର ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ଯଦି ଷ୍ଟିଭ୍ ସ୍ମିଥ୍ ଖେଳୁଥାନ୍ତି ତେବେ ସେ ଦୁନିଆର ଏକ ନମ୍ବର ଖେଳାଳି ହୋଇଥାନ୍ତେ ଏବଂ ସେ ମଧ୍ୟ ତାଙ୍କୁ ଭୋଟ୍ ଦେଇଥାନ୍ତେ । ଏହି ପ୍ରାକ୍ତନ ଅଧିନାୟକଙ୍କ କହିବାନୁସାରେ ତାଙ୍କ ଦଳର ବିଜୟ ସମୟରେ ସ୍ମିଥ୍ କୋହଲିଙ୍କ ଠାରୁ ଭଲ ପ୍ରଦର୍ଶନ କରିଥାନ୍ତି । ଏବଂ ଭଲ ବ୍ୟାଟିଂ ମଧ୍ୟ କରିଥାନ୍ତି । ଏପରି କି ସ୍ମିଥଙ୍କ ପ୍ରତି ତାଙ୍କର ବହୁତ ସମ୍ମାନ ଥିବା ରିକି କହିଛନ୍ତି ।

  • Tags:

Subscribe

National International State Sports Entertainment