ଇଂଲଣ୍ଡ ଗସ୍ତରେ ବ୍ୟାଟସମ୍ୟାନ ବିରାଟ ହିଟ୍ ମାତ୍ର ଅଧିନାୟକ କୋହଲି ଫ୍ଲପ୍
Khabar Odisha:virat-kohli-as-a-batsman-wins-but-virat-kohli-as-a-captain-loses-on-england-tour
ନୂଆଦିଲ୍ଲୀ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

ବ୍ୟାଟସମ୍ୟାନ ରୂପେ ବିରାଟ କୋହଲି ୨୦୧୪ ଇଂଲଣ୍ଡ ଗସ୍ତରେ ଅତି ନିମ୍ନମାନର ପ୍ରଦର୍ଶନ କରିଥିଲେ। ମାତ୍ର ଚଳିତ ଗସ୍ତରେ ସେ ନିଜର ବ୍ୟାଟିଂ ଦମରେ ୨୦୧୪ର ଖରାପ ପ୍ରଦର୍ଶନକୁ ଧୋଇବାରେ ସଫଳ ହୋଇଛନ୍ତି।  ମାତ୍ର ମଙ୍ଗଳବାର ସଂପନ୍ନ ହୋଇଥିବା ଟେଷ୍ଟ ସିରିଜରେ ସାବ୍ୟସ୍ତ ହୋଇଛି ଯେ ତାଙ୍କ ଅଧିନାୟକତ୍ଵରେ ଆହୁରି ସୁଧାର ଆସିବାର ଆବଶ୍ୟକତା ରହିଛି।  କୋହଲିଙ୍କ ଏହି ଆକଳନ ସଠିକ ଯେ ୧-୪ରେ ପରାଜିତ ସମୟରେ ଲର୍ଡ୍ସ ଟେଷ୍ଟ ବ୍ୟତୀତ ବାକି ଟେଷ୍ଟରେ ଇଂଲଣ୍ଡ ଦଳ ସଂପୂର୍ଣ୍ଣ ଭାବେ ଭାରତ ଉପରେ ଚାପ ପକାଇ ପାରିନାହିଁ। ମାତ୍ର ଘରୋଇ ଦଳ ମହତ୍ଵପୂର୍ଣ୍ଣ ସମୟରେ ଉନ୍ନତ କ୍ରିକେଟ୍ ଖେଳି ଭାରତକୁ ପରାସ୍ତ କରିବାରେ ସଫଳ ହୋଇଛି। ଏହି ସିରିଜରେ ସାବ୍ୟସ୍ତ ହୋଇଛି ଯେ କୋହଲି ବ୍ୟାଟସମ୍ୟାନ ରୂପେ କେବଳ ଭାରତ ନୁହେଁ ବରଂ ବିଶ୍ଵ କ୍ରିକେଟରେ ନିଜର ସମକକ୍ଷକୁ ବହୁତ ଆଗରେ ରହିଛନ୍ତି। 

କୋହଲି ସିରିଜରେ ୨ଟି ଶତକ ଓ  ୩ଟି ଅର୍ଦ୍ଧଶତକ ବଳରେ ୫୯୩ ରନ କରିଛନ୍ତି। ଏହି ସମୟରେ ତାଙ୍କର ପ୍ରତିଦ୍ଵନ୍ଦୀ ବୋଲର ଜେମ୍ସ ଆଣ୍ଡରସନଙ୍କ ସହିତ ତାଙ୍କର ସଂଘର୍ଷ ବହୁତ ଦର୍ଶନୀୟ ଥିଲା। ସିରିଜରେ ଦ୍ଵିତୀୟ ସର୍ବୋଚ୍ଚ ସ୍କୋରର ଲୋକେଶ ରାହୁଲ ମୋଟ୍ ୨୯୯ ରନ କରିଛନ୍ତି। ଏଥିରୁ ସେ ଶେଷ ଟେଷ୍ଟର ଦ୍ଵିତୀୟ ପାଳିରେ ୧୪୯ ରନ କରିଥିଲେ। ଏହି ସବୁ ମଧ୍ୟରେ କୋହଲି ଏହା ପରଖି ପାରିଲେ ନାହିଁ ଯେ ନିଜର ସାଥୀ ଖେଳାଳି ଇଂଲଣ୍ଡର ମୁସ୍କିଲ ପରିସ୍ଥିତିରେ ଖେଳିବାକ କେତେ ପ୍ରସ୍ତୁତ। ଯେମିତି ସେ ନିଜେ ପ୍ରସ୍ତୁତ ଥିଲେ।  ଭାରତ କାଉଣ୍ଟି ଚମ୍ପିଆନ ଏକ୍ସେସ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚର ସମୟକୁ ମଧ୍ୟ କମ କରିଥିଲା ଯାହାକୁ ନେଇ ସୁନିଲ ଗାଭାସ୍କରଙ୍କ ପରି ମହାନ ଖେଳାଳି ଏହାର ସମାଲୋଚନା କରିଥିଲେ। 

ଭାରତ ପାଇଁ ସବୁଠୁ ବଡ ସମସ୍ୟା ଦଳ ଚୟନକୁ ନେଇ ଥିଲା। ଟ୍ରେଣ୍ଟବିଜ ଟେଷ୍ଟରେ ଭାରତର ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିବା ଚେତେଶ୍ଵର ପୂଜାରା ସିରିଜରେ ଗୋଟିଏ ଶତକ ହାସଲ କରିଛନ୍ତି ମାତ୍ର ଏହା ପୂର୍ବରୁ କାଉଣ୍ଟି କ୍ରିକେଟରେ ଖରାପ ଫର୍ମ କାରଣରୁ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ୍ ଦିଆଯାଇଥିଲା।  ଏହି ଟେଷ୍ଟ ବିଶେଷଜ୍ଞ ବ୍ୟାଟସମ୍ୟାନ ସିରିଜରେ ୨୭୮ ରନ କରିଛନ୍ତି। ଟେଷ୍ଟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ କ୍ଷମତା ଉପରେ କୋହଲି ଅତି ବିଶ୍ଵାସ କରିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହା ବ୍ୟତୀତ ୪ ଟେଷ୍ଟରେ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିବାରେ ସେ ବିଫଳ ହୋଇଥିଲେ। ପାଣ୍ଡ୍ୟାଙ୍କ ପାଖରେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବାର ରକ୍ଷାତ୍ମକ କୌଶଳ ନାହିଁ ଏବଂ ସ୍ଵିଙ୍ଗ ବଲକୁ ସମ୍ମୁଖୀନ ହେବାରେ ସେ ବିଫଳ ହୋଇଥିଲେ। 

କୋହଲି ମଧ୍ୟ ଦୁର୍ଭାଗ୍ୟଶାଳୀ ଯେ ସେ  ପାଞ୍ଚଟି ଟେଷ୍ଟରେ ଟସ୍ ହାରିଥିଲେ ମାତ୍ର ପିଚକୁ ପଢିବା ତାର କ୍ଷମତା ଓ ଦଳର ସଂଯୋଜନକୁ ନେଇ ବହୁତ ସୁଧାରର ଜରୁରୀ ରହିଛି। ଏଜବାଷ୍ଟନ ଟେଷ୍ଟରେ ଦ୍ଵିତୀୟ ସ୍ପିନର ଚୟନ ନକରିବା ମଧ୍ୟ ଭୁଲ ଥିଲା। ମାତ୍ର ଲର୍ଡ୍ସରେ ଦୁଇ ଜଣ ସ୍ପିନରଙ୍କୁ ପଡିଆକୁ ଓହ୍ଲା ଯାଇଥିଲା, ଯେଉଁ ପିଚରେ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଥିଲା। ଭାରତ ସମ୍ଭବତଃ ଦ୍ରୁତ ବୋଲରଙ୍କ ଏକ ସର୍ବଶ୍ରେଷ୍ଠ ସମୂହକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଏହି ବୋଲରମାନେ ଅବସ୍ଥାର ଫାଇଦା ମଧ୍ୟ ଉଠାଇଥିଲେ ମାତ୍ର ଅନେକ ସମୟରେ ଇଂଲଣ୍ଡର ନିମ୍ନ କ୍ରମର ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲେ। ଯେଉଁ ନିମ୍ନକ୍ରମ ବ୍ୟାଟସମ୍ୟାନ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ। 

  • Tags:

Subscribe

National International State Sports Entertainment