ଜନ୍ମ ଦିନରେ ପିଲାଙ୍କୁ ଭଲପାଇବା ଓ ଉପହାର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:varanasipm-narendra-modi-to-celebrate-birthday-in-his-constituency-varanasi
ବାରଣାସୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ବାରଣାସୀର ସାଂସଦ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ନିଜର ଜନ୍ମ ଦିନରେ ଛୋଟ ଛୋଟ ପିଲାଙ୍କୁ  ଭଲ ପାଇବା ଓ ଉପହାର ବାଣ୍ଟିବେ। ସେପ୍ଟେମ୍ବର ୧୭ରେ  ବାରଣାସୀ ସହରଠୁ ପ୍ରାୟ ୧୦ କିଲୋମିଟର ଦୂର  ନରଉର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସହିତ ପିଏମ କେବଳ କିଛି ସମୟ ବିତାଇବେ ତାହା ନୁହେଁ ମୋଦୀ ପିଲାଙ୍କ କଥା ଶୁଣିବେ ଏବଂ ନିଜର କଥା ପିଲାଙ୍କୁ ମଧ୍ୟ ଶୁଣାଇବେ। ଜନ୍ମ ଦିନ ଉପହାରରେ ମୋଦୀ ପିଲାଙ୍କୁ ପ୍ରେରଣାଦାୟକ ପୁସ୍ତକ, ରଙ୍ଗ ବେରଙ୍ଗର ଟୋପି ଆଦି ପ୍ରଦାନ କରିବେ। ରିଟର୍ଣ୍ଣ ଗିଫ୍ଟରେ ପିଲାମାନେ ବଡ଼ ହୋଇ ଦେଶର ଭଲ ନାଗରିକ ହେବାର ବଚନ ଦେବେ। 

ନିଜର ସଂସଦୀୟ କ୍ଷେତ୍ରକୁ ଦୁଇ ଦିବସୀୟ ଯାତ୍ରାର ପ୍ରଥମ ଦିନରେ ମୋଦୀ ସର୍ବ ପ୍ରଥମେ କାଶୀ ବିଦ୍ୟାପୀଠ ବ୍ଲକର ନରଉର  ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କ ଗହଣରେ ରହିବେ। ପିଏମ ମୋଦୀଙ୍କୁ ଯେଉଁ ପିଲାମାନେ ଏ ପର‌୍ୟ୍ୟନ୍ତ ଟିଭିରେ ଦେଖି ଆସୁଥିଲେ ଏବଂ ଶୁଣୁଥିଲେ ତାଙ୍କ ସ୍କୁଲକୁ ମୋଦୀ  ଆସିବା ଖବର ଶୁଣି  ବିଦ୍ୟାଳୟରେ ଖୁସିର ମାହୋଲ ଖେଳି ଯାଇଛି। ଖାସ କରି ଉପହାରକୁ ନେଇ ପିଲା ଅଧିକ ଉତ୍ସାହିତ ଅଛନ୍ତି। ପିଏମଙ୍କ କାର‌୍ୟ୍ୟକ୍ରମ କାରଣରୁ ଶୁକ୍ରବାର ପୂରା ଦିନ ପୋଲିସ ଓ ପ୍ରଶାସନିକ ଅଧିକାରୀ ସ୍କୁଲରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାରେ ଜୁଟି ଯାଇଛନ୍ତି। 

ପିଏମ ମୋଦୀ ନରଉର ଛାତ୍ରଙ୍କୁ ଭେଟିବା ପରେ ଲାଲପୁର ସ୍ଥିତ ଦୀନଦୟାଲ ହସ୍ତକଳା ସ୍କୁଲରେ ୭୦୦ ଛାତ୍ର-ଛାତ୍ରୀଙ୍କ ସହିତ ନିଜ ଜୀବନ ଉପରେ ଆଧାରିତ ଫିଲ୍ମ ‘ଚଲୋ ଜିତେ ହୈଁ ‘ଦେଖିବେ। ପ୍ରଥମ ଦିନରେ ଅଧିକ ସମୟ ପିଲାଙ୍କ ଗହଣରେ ବିତାଇବା ପରେ  କାଶୀ ବିଶ୍ଵନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ। 

  • Tags:

Subscribe

National International State Sports Entertainment