ୟୁପି ରାଜନୀତିରେ ଟ୍ଵିଷ୍ଟ୍, ଶିବପାଲଙ୍କୁ ମିଳିଲା ମାୟାବତୀଙ୍କ ବଙ୍ଗଳା
Khabar Odisha:uttar-pradesh-state-property-department-allotted-bungalow-to-shivpal-singh-yadav
ନୂଆଦିଲ୍ଲୀ, ଅକ୍ଟୋବର୧୨(ଖବର ଓଡ଼ିଶା):

ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ବଙ୍ଗଳାକୁ ନେଇ ଅନେକ ଦିନ ଧରି ଚାଲିଥିବା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। ଏଥିରେ ଆସିଛି ଏବେ ନୂତନ ଟ୍ଵିଷ୍ଟ୍।  ରାଜ୍ୟ ପୂର୍ତ୍ତ ବିଭାଗ ସମାଜବାଦ ସେକ୍ୟୁଲାର ମୋର୍ଚ୍ଚାର ଅଧ୍ୟକ୍ଷ ଶିବପାଲ ସିଂହ ଯାଦବଙ୍କୁ ଯେଉଁ ବଙ୍ଗଳା ଆବଣ୍ଟିତ କରିଛନ୍ତି ପୂର୍ବେ ସେହି ବଙ୍ଗଳା ବିଏସପି ସୁପ୍ରିମୋ ମାୟାବତୀଙ୍କର ଦପ୍ତର ଥିଲା। ସୁପ୍ରିମକୋର୍ଟର ନିଷ୍ପତ୍ତି କ୍ରମେ ମାୟାବତୀ ଏହି ବଙ୍ଗଳା ଛାଡି ପାଖରେ ଥିବା ଅନ୍ୟ ଏକ ବଙ୍ଗଳାକୁ ସ୍ଥାନାନ୍ତର ହୋଇଥିଲେ। ଏବେ ଶିବପାଲ ଓ ମାୟାବତୀ ପଡୋଶୀ ହୋଇ ଯାଇଛନ୍ତି।

ମାତ୍ର ରାଜ୍ୟ ପୂର୍ତ୍ତ ବିଭାଗର ଏହି ନିଷ୍ପତ୍ତିରେ ରାଜନୈତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି। ଆଗାମୀ ଲୋକସଭା ନିର୍ବାଚନରେ ମାୟାବତୀ ଓ ଅଖିଳେଶ ବିଜେପି ବିରୋଧରେ ମହାମେଣ୍ଟ କରିବାକୁ ଯାଉଛନ୍ତି। ଏମିତି ସମୟରେ ଶିବପାଲଙ୍କ ଉପରେ ପ୍ରଶାସନର କୃପା ଦୃଷ୍ଟିକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଅଖିଳେଶଙ୍କ ବିରୋଧରେ ଶିବପାଲଙ୍କୁ ଆଗକୁ ଆଣି ବିଜେପି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି।

ଏହି ବଙ୍ଗଳାରେ ରହିବ ଶିବପାଲଙ୍କ କାର୍ଯ୍ୟାଳୟ

ରାଜ୍ୟ ପୂର୍ତ୍ତ ବିଭାଗ ଶିବପାଲ ସିଂହ ଯାଦବଙ୍କୁ ୬ ଏଲବିଏସ(ଲାଲ ବହାଦୂର ଶାସ୍ତ୍ରୀ) ବଙ୍ଗଳା ଆବଣ୍ଟିତ କରିଛି। ବିଧାୟକ ରୂପେ ତାଙ୍କୁ ଏହି ବଙ୍ଗଳା ଆବଣ୍ଟିତ କରାଯାଇଛି। ବଙ୍ଗଳା ଆବଣ୍ଟିତ ହେବା ପରେ ଶିବପାଲ ତୁରନ୍ତ ଏଠାକୁ ସ୍ଥାନାନ୍ତର ହୋଇଛନ୍ତି। ପୂର୍ବେ ଏଠାରେ ମାୟାବତୀଙ୍କ କାର୍ଯ୍ୟାଳୟ ଥିଲା। କୁହାଯାଉଛି ଯେ ଏବେ ଏହି ବଙ୍ଗଳାରେ ଶିବପାଲ ନିଜର ପାର୍ଟି କାର୍ଯ୍ୟାଳୟ କରିବେ। 

ସୁପ୍ରିମକୋର୍ଟ ଆଦେଶ ପରେ ଖାଲି ହୋଇଥିଲା ବଙ୍ଗଳା

ସୁପ୍ରିମକୋର୍ଟ ଚଳିତ ବର୍ଷ ମେରେ  ଆଦେଶ ଜାରି କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାଧାରଣ ନାଗରିକ ଅଟନ୍ତି। ଏଥିପାଇଁ ସେମାନଙ୍କୁ ସରକାରୀ ବଙ୍ଗଳା ଆବଣ୍ଟିତ କରିବା ଉଚିତ୍ ନୁହେଁ। ଯାହାକୁ  ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। 

Subscribe

National International State Sports Entertainment