ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପରାମର୍ଶ- ଆଖୁରୁ ମଧୁମେହ ହେଉଛି, ଅନ୍ୟ ଚାଷ କରନ୍ତୁ
Khabar Odisha:uttar-pradesh-cm-yogi-adityanath-said-sugarcane-cause-diabetes-grow-other-crops
ଲକ୍ଷ୍ନୌ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

ଉତ୍ତର ପ୍ରଦେଶ ରାଜ୍ୟକୁ ଚିନିର ଗନ୍ତାଘର କୁହାଯାଏ। କାରଣ ଏହି ରାଜ୍ୟରେ ଆଖୁ ଚାଷ ବହୁଳ ମାତ୍ରାରେ କରାଯାଏ। ମାତ୍ର ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାକାର ଚାଷୀଙ୍କୁ ଆଖୁ ଚାଷ ଛାଡ଼ି ଅନ୍ୟ କିଛି ଫସଲ କରିବାକୁ କହିଛନ୍ତି। ୧୫୪ କିଲୋମିଟର ଲମ୍ବା ଦିଲ୍ଲୀ-ସହାରନପୁର ହାଇଓ୍ଵେର ଶିଳାନ୍ୟାସ ଅବସରରେ ଯୋଗୀ ବାଗପତରେ ଆୟୋଜିତ ଏକ କାର‌୍ୟ୍ୟକ୍ରମ ସମୟରେ କହିଛନ୍ତି ଯେ ଚାଷୀଙ୍କୁ ଆଖୁ ବ୍ୟତୀତ ଅନ୍ୟ ଫସଲର ଚାଷ କରିବା ଉଚିତ୍ କାରଣ ଆଖୁର ଅଧିକ ଉତ୍ପାଦନ କାରଣରୁ ଏହାର ଉପଯୋଗ ଅଧିକ ହେଉଛି। ଯାହା ବାଇବେଟିସ(ମଧୁମେହ)ର ମୁଖ୍ୟ କାରଣ। ତେଣୁ ଚାଷୀଙ୍କୁ ପରିବା ଚାଷ କରିବା ଉଚିତ୍ କାରଣ ପନି ପରିବା ପାଇଁ ଦିଲ୍ଲୀ ହେଉଛି ସବୁଠୁ ବଡ଼ ବଜାର। ଆପଣାମାନେ ବର୍ତ୍ତମାନ ଦିନରେ ବହୁତ ଅଧିକ ଆଖୁ ଚାଷ ଉତ୍ପାଦନ କରୁଛନ୍ତି। 

ଦିଲ୍ଲୀ-ସରାହନପୁର ହାଇଓ୍ଵେ ମୁଜଫରନଗର ଓ ସାମଲି ଦେଇ ଗତି କରିବ ଏବଂ ଏହି ହାଇଓ୍ଵେର ନିର୍ମାଣ ପାଇଁ ବଜେଟ୍ ରହିଛି ୧୫୦୫ କୋଟି ଟଙ୍କା। ଆଖୁର ବକେୟା ରାଶି ଦେବା ପ୍ରସଙ୍ଗରେ ନିଜ ସରକାରଙ୍କ ପକ୍ଷ ରଖି ଯୋଗୀ କହିଛନ୍ତି ଯେ  ତାଙ୍କ ସରକାର ଚଳିତ ବର୍ଷ ଆଖୁ ଉପରେ ଥିବା ୨୬୦୦୦ କୋଟି ଟଙ୍କାର ବକେୟା ଚାଷୀଙ୍କୁ ପ୍ରଦାନ କରିଛନ୍ତି ଏବଂ ବାକି ୧୦୦୦୦ କୋଟି ଟଙ୍କାର ବକେୟା ଖୁବ୍ ଶୀଘ୍ର ଦିଆଯିବ। ଆମର ସରକାର ରାଜ୍ୟର ଚାଷୀଙ୍କ ପାଇଁ ଅନେକ ଉପାୟ କରିଛନ୍ତି। 

କାର‌୍ୟ୍ୟକ୍ରମ ସମୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ନିଜର ସମ୍ବୋଧନରେ ନୀତିନ କହିଛନ୍ତି ଯେ ଏହି କ୍ଷେତ୍ରରେ ଥିବା ଚାଷୀଙ୍କ ଅବସ୍ଥା ବହୁତ ଶୀଘ୍ର ବଦଳିବାକୁ ଯାଉଛି। ଚାଷୀ ଶୀଘ୍ର ଗୁଡ ଓ ପେଟ୍ରୋଲ ମିଶାଇ ଇଥାନଲ ପ୍ରସ୍ତୁତ କରିବେ ଏବଂ ଏଥିରୁ ଅଧିକ ଆୟ କରିବେ। 

ଉଲ୍ଲେଖଯୋଗ୍ୟ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଚାଷୀଙ୍କୁ ନିଜ ସହିତ ଯୋଡ଼ିବାର ପ୍ରୟାସ ଜୋରଦାର କରିଛି।  ମାତ୍ର ଆଖୁ ଚାଷୀଙ୍କୁ ସେମାନଙ୍କ ବକେୟା ଅର୍ଥ ଦେବା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରାଜ୍ୟରେ ଚାଷୀଙ୍କୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ବକେୟା ଅର୍ଥ ଏ ପର‌୍ୟ୍ୟନ୍ତ ମିଳିନାହିଁ। ଯାହାକୁ ନେଇ ରାଜ୍ୟର ଚାଷୀ ବିଜେପି ସରକାର ପ୍ରତି ଅସନ୍ତୁଷ୍ଟ ଥିବା କୁହାଯାଉଛି। 

  • Tags:

Subscribe

National International State Sports Entertainment