ଆଖିରୁ ପାଣି ଗଡୁଥିଲେ ଏହି ଘରୋଇ ଚିକିତ୍ସା ଦ୍ୱାରା ମିଳିବ ଆରାମ
Khabar Odisha:treatments-of-watery-eye
ଭୁବନେଶ୍ୱର, ଅଗଷ୍ଟ ୧୦, (ଖବର ଓଡିଶା)

କୁହାଯାଏ ଆଖି ହେଉଛି ଅମୂଲ୍ୟ ସମ୍ପଦ । ଆମ ଶରୀରରେ ଯେତେକ ଅଙ୍ଗ ଅଛି, ଆଖି ସଠୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ଆଖି ଦ୍ୱାରା ଆମେ ସାରା ସଂସାରକୁ ଦେଖିଥାଉ । ଏହି ଆଖିର ଠିକ ଭାବେ ଯତ୍ନ ନେବା ମଧ୍ୟ ଆମ ପାଇଁ ନିହାତି ଦରକାର । ବେଳେ ବେଳ ଆମେ ଆମ ଅଜାଣତରେ ଏପରି କାର୍ଯ୍ୟ କରିଥାଉ ଯାହାଦ୍ୱାରା ଆମ ଆଖିରୁ ପାଣି ଗଡିଥାଏ । ଆଖିରୁ ପାଣି ଗଡିବା ଅନେକ ଲୋକଙ୍କୁ ସମସ୍ୟାରେ ପକାଇଥାଏ । ଏହି ସମସ୍ୟା ଶରୀରର ଦୁର୍ବଳତା ଓ ପ୍ରଦୂଷଣ ଯୋଗୁଁ ହୋଇଥାଏ । କିଛି ଲୋକ ଅଛନ୍ତି ଖରାରେ ପଦାକୁ ବାହାରିଲେ ଆଖିରୁ ପାଣି ଗଡିଥାଏ । ଏହାସହ ଆଖି ଜଳାପୋଡା ହେଲେ ମଧ୍ୟ ଆଖିରୁ ପାଣି ବାହାରଥାଏ । ଅଧିକ ସମୟ ଟିଭି ଦେଖିଲେ , ଫୋନରେ ଚାଂଟି କି ଭିଡିଓ ଦେଖିଲେ, କମ୍ପ୍ୟୁଟରରେ ଅଧିକ ସମୟ କାମ କଲେ କିମ୍ବା ରାତି ଅନିଦ୍ରା ହେଲେ । ଏମିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାକ୍ତରଙ୍କ ଔଷଧ ସହ ଘରୋଇ ଉପଚାର ମଧ୍ୟ ବ୍ୟବହାର କରିପାରିବେ । ଏହି ଘରୋଇ ଉପାୟ ସାହାଯ୍ୟରେ ଆପଣଙ୍କୁ ଏହି ସମସ୍ୟାରୁ ଆରାମ ମିଳିବ ।

ଏଲୋବେରା ଜେଲରେ ଗୋଟେ ଚାମଚ ମହୁ ଓ ୧/୨କପ ଏଲ୍ଡବେରୀ ଚା ମିଳାନ୍ତୁ । ନିୟମିତ ଏହି ମିଶ୍ରଣରେ ଦୁଇ ଥର ଆଖିକୁ ଧୁଅନ୍ତୁ । ଆପଣଙ୍କ ସମସ୍ୟା କିଛି ସମୟରେ ଦୂର ହୋଇଯିବ । ନଡିଆ ତେଲରେ ଥିବା ଗୁଣ ଆଖିର ମଇଳାକୁ ସଫା କରିଦିଏ । ନିୟମିତ ଆଖି ତଳେ ଓ ଆଖି ଆଖପାଖରେ ତେଲକୁ ଭଲସେ ମାଲିସ କରନ୍ତୁ । ଦେଖିବେ ଖୁବ୍ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିବ ।

ଆଖିକୁ ମଇଳା ବା ମାଟି ଚାଲି ଯାଇଥିଲେ କେବେ ବି ଆଙ୍ଗୁଠିରେ ଆଖି ମକଚନ୍ତୁ ନାହିଁ । ଏଭଳି କଲେ ଆଖିରେ ସଂକ୍ରମଣ ହୋଇପାରେ । ଏଥିପାଇଁ ଗୋଟେ ସଫା କପଡା ନେଇ ପାଣିରେ ଭିଜାଇ ଆଖି ସଫା କରନ୍ତୁ । ଓଦା କପଡାରେ ଆଖି ସଫା କଲେ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା ମିଳିଥାଏ ।

କୋମୋମାଇଲ୍ ହେଉ କି ପେପରମିଣ୍ଟ ଚା ପତ୍ର ହେଉ ଗରମ ପାଣିରେ କିଛି ଭିଜେଇ ଦିଅନ୍ତୁ । ଏଥିିରେ ଆଖିକୁ ଧୀରେ ଧୀରେ ସେକ ଦିଅନ୍ତୁ । ମନେ ରଖନ୍ତୁ ପାଣି ଯେପରି ଅଧିକ ଗରମ ହୋଇନଥିବ ।

ଅନେକ ସମୟରେ ଆଖିରେ ଜଳିବା ଓ ଆଖି କୁଣ୍ଡେଇ ହେବା ଯୋଗୁଁ ପାଣି ଆସିଥାଏ । ଏମିତିରେ ଗୋଟେ ଗ୍ଲାସ ଗରମ ପାଣିରେ ଲୁଣ ମିଶାଇ ଆଖି ସଫା କରନ୍ତୁ । ଦିନରେ ୩ଥର ଏହି ନିୟମକୁ ଆପଣାନ୍ତୁ । ଆଖି କୁଣ୍ଡେଇ ହେବା ଓ ଜଳାପୋଡା ହେବା ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗରମ ପାଣିରେ ଗୋଟେ ଚାମଚ ମିଠା ସୋଡା ମିଶାନ୍ତୁ । ପାଣି ଥଣ୍ଡା ହୋଇଗଲେ ଆଖିକୁ ଭଲସେ ଧୋଇଦିଅନ୍ତୁ । ଦିନରେ ଦୁଇ ତିନି ଥର ଏଭଳି କରନ୍ତୁ ଫାଇଦା ମିଳିବ ।

  • Tags:

Subscribe

National International State Sports Entertainment