ହଜ୍ ଯାତ୍ରା କରିବେ ୭୩୧ ଯାତ୍ରୀ, ସହଯୋଗ ପାଇଁ ସାଥୀରେ ଯିବେ ୪ ସରକାରୀ କର୍ମଚାରୀ
Khabar Odisha:total-731-hugg-pilgrimage-in-odisha
ଭୁବନେଶ୍ୱର, ଜୁଲାଇ ୧୧(ଖବର ଓଡିଶା):

ମୁସଲିମ୍ ସମ୍ପ୍ରଦାୟର ପବିତ୍ର ହଜ୍ ଯାତ୍ରା ପାଇଁ ରାଜ୍ୟ ସରକାର ତତ୍ପର । ଚଳିତ ବର୍ଷ ରାଜ୍ୟରୁ କେତେ ଜଣ ହଜ୍ ଯାତ୍ରା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ମୋଟ୍ ୭୩୧ ଜଣ ଯାତ୍ରୀ ହଜ୍ ଯାତ୍ରା କରିବେ ବୋଲି ସବକାର କହିଛନ୍ତି । 

ସୂଚନାନୁଯାୟୀ, ହଜ୍ ଯାତ୍ରୀଙ୍କ ମଧ୍ୟରୁ ୪୩୩ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୨୯୮ । ଯାତ୍ରୀଙ୍କୁ ସହଯୋଗ କରିବା ପାଇଁ ସରକାର ୪ଜଣ କର୍ମଚାରୀଙ୍କୁ ପଠାଇବାନେଇ କହିଛନ୍ତି । ତେବେ ଆଗାମୀ ୧୨ ତାରିଖରୁ ୨୯ ତାରିଖ ମଧ୍ୟରେ ସାଉଦି ଆରବ ଯାତ୍ରା କରିବେ ହଜ୍ ଯାତ୍ରୀ । ସେଠାରେ ପ୍ରାୟ ୪୫ ଦିନ ରହି ସେପ୍ଟେମ୍ବର ୨ରୁ ୧୨ ତାରିଖ ମଧ୍ୟରେ ଫେରିବେ ବୋଲି ସୂଚନା ମିଳିଛି ।  

  • Tags:

Subscribe

National International State Sports Entertainment