ଆଜି ଶ୍ରୀଜୀଉଙ୍କର ବନକଲାଗି ନୀତି, ଆସନ୍ତାକାଲି ନବଯୌବନ ଦର୍ଶନ
Khabar Odisha:today-banakalagi-ritual-at-shreemandir
ପୁରୀ, ଜୁଲାଇ ୧୨(ଖବର ଓଡ଼ିଶା):

ଶ୍ରୀଜୀଉମାନଙ୍କର ମହାମାନବୀୟ ଲୀଳା ଜାରି ରହିଥିବାବେଳେ ଜ୍ୱରରେ ପୀଡିତ ହୋଇଥିବା ଶ୍ରୀବିଗ୍ରହ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛନ୍ତି । ଏବେ ଆସନ୍ତାକାଲି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଆଜି କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଅଣସର ଘରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ବା ଶ୍ରୀମୁଖ ସିଂହାର ହେବ । 

ବନକଲାଗି ନୀତି ଏକ ଗପ୍ତ ସେବା ଅଟେ । ଦତ ମହାପାତ୍ର ସେବକ ଏହି ନୀତି କରିବେ । ମହାପ୍ରଭୁ ଜ୍ୱରରେ ପୀଡିତ ଥିବାରୁ ଆଜି ଏହି ସେବା ଆବଶ୍ୟକ ଠାରୁ ଅଧିକ ସମୟ ନେବା ନେଇ ସୂଚନା ଦିଆଯାଇଛି ।  

ହିଙ୍ଗୁଳ, ହରିତାଳ, ଶଂଖ, କେଶର, କର୍ପୂର, କଇଁଥ  ଅଠା, କସ୍ତୁରୀ, କଜ୍ୱଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ କରାଯାଇଥିବା ବନକକୁ ଶ୍ରୀମୁଖରେ ମର୍ଦ୍ଦନ କରି ସିଂହାର କରାଯିବ । ଏହା ପରେ ଦୀର୍ଘଦିନ ପରେ ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ଅଗଣିତ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେବେ ।

  • Tags:

Subscribe

National International State Sports Entertainment