ଶେଷ ହେଲା ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି, ପୁଣି ରିମାଣ୍ଡରେ ନେବ କ୍ରାଇମବ୍ରାଂଚ୍
Khabar Odisha:tito-remand-duration-ends
କେନ୍ଦ୍ରାପଡା, ଜୁଲାଇ ୧୩(ଖବର ଓଡିଶା) :

ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଆଜି କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ତାକୁ ହାଜର କରାଯିବ । ଦୁଇ ଥର ରିମାଣ୍ଡରେ ନେଇ କ୍ରାଇମବ୍ରାଂଚ ସ୍ପେଶାଲ ଟାସ୍କ ଫୋର୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବାକୁ ସକ୍ଷମ ହୋଇଥିବାବେଳେ ଟିଟୋର ବହୁ ବ୍ୟାଙ୍କ ଆକାଉଂଟକୁ ଅଚଳ କରିଦେଇଛି । ଗତକାଲି ଟିଟୋର ୫ଟି ବ୍ୟାଙ୍କ ଆକାଉଂଟକୁ ଅଚଳ କରିବା ସହ ୯୦ ଲକ୍ଷ ଟଙ୍କାର ଏକ ଅଡି କାରକୁ ଜବତ କରାଯାଇଛି ।

ପରବର୍ତୀ ସମୟରେ ଟିଟୋର ସ୍ତ୍ରୀ ବେନଜିର୍ ବିବିଙ୍କ ସମେତ ବହୁ ସହଯୋଗୀଙ୍କୁ ଏସଟିଏଫ ପଚରାଉଚରା କରିବା ସମ୍ଭାବନା ରହିଛି । କେନ୍ଦ୍ରାପଡାରେ ଟିଟୋର ସାମ୍ରାଜ୍ୟ ବିସ୍ତାର ହୋଇଥିବାବେଳେ ବିନା ଟେଣ୍ଡରରେ ଟିଟୋ ସମସ୍ତ କାମକୁ ହାତଉଥିବା ଜଣାପଡିଛି। 

ତେବେ ରିମାଣ୍ଡ ଅବଧି ଶେଷ ହୋଇଥିବାବେଳେ ସ୍ପେଶାଲ ଟାସ୍କ ଫୋର୍ସ ପୁଣି ଥରେ ଟିଟୋକୁ ଦୁଇରୁ ତିନି ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment