ତିତଲି ଦରଦ: ପାହାଡ ଧସି ତିନି ଗୁରୁତର, ସେପଟେ କାନ୍ଥ ପଡି ଜଣେ ମୃତ
Khabar Odisha:titli-killed-and-enjured-personals-in-many-places-odisha
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡିଶା) :

ତିତିଲି ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା ।  ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ ହୋଇଥିବାବେଳେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏପରି କି କିଛି ସ୍ଥାନରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଆଠଗଡ ତିଗିରିଆ ବିଷ୍ମୁପୁର ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟରାତ୍ରିରେ ସ୍ଥାନୀୟ ଅଂଚଳରେ ଥିବା ଏକ ପାହାଡରୁ ଅତଡା ଖସି ଘରର କାନ୍ଥରେ ପଡିବାରୁ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇ ପଡିଛନ୍ତି । ଗୁରୁତର ଅବସ୍ଥାରେ ବିଷ୍ଣୁପୁର ଗାଁର କୁନା ସ୍ୱାଇଁ, ତାଙ୍କ ପତ୍ନୀ ରଂଜନା ସ୍ୱାଇଁ  ଓ ପୁଅ ଲିଟୁ ସ୍ୱାଇଁଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ଆଠଗଡ ମେଡିକାଲରେ ଭର୍ତି କରିଥିଲେ । ମାତ୍ର ସେମାନଙ୍କ ଅବସ୍ଥା ସଙ୍ଗାନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । 

ସେହିପରି  ରାୟଗଡା ଜିଲ୍ଲା ଗୁଣୁପୁର ଡିଡିଂଗୁଡା ଗାଁରେ କାନ୍ଥ ପଡି ଜଣେ ନାବାଳିକାର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି । ଗତକାଲି ରାତିରେ ସେ ଘରେ ଶୋଇଥିବାବେଳେ ସେମାନଙ୍କ ଉପରେ କାନ୍ଥ ପଡିଥିଲା । ଫଳରେ ଘଟଣାସ୍ଥଳରେ ନାବାଳିକା ଋତୁ ଶବରଙ୍କର ମୃତ୍ୟୁ ହୋଇଥିଲା ଓ ଭଉଣୀ ଲଳିତା ଶବର ଗୁରୁତର ହୋଇଥିଲେ । ଲଳିତାଙ୍କୁ ଗୁଣୁପୁର ମେଡିକାଲରେ ଭର୍ତି କରାଯାଇଛି ।

  • Tags:

Subscribe

National International State Sports Entertainment