୧୮ବର୍ଷ ପରେ ଏହି ମୌସୁମୀ ଅଧିବେଶନ ମୋଦୀଙ୍କ ପାଇଁ ହେଲା ସବୁଠୁ ସଫଳ, ପାରିତ ହୋଇଛି ସର୍ବାଧିକ ବିଲ୍
Khabar Odisha:this-monsoon-session-stands-most-productive-after-year-2000articleshow
ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡିଶା):

ତେଲୁଗୁ ଦେଶମ ପାର୍ଟି ଦ୍ୱାରା ସରକାରଙ୍କ ବିରୁଦ୍ଧରେ ଆଗତ ଅନାସ୍ତା ପ୍ରସ୍ତାବଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଲୋକସଭାରେ ହୋଇଥିବା କାର୍ଯ୍ୟ ଦୃଷ୍ଟିରେ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି । ୨୦୦୦ ମସିହା ପରେ ଏହି ବର୍ଷ ମୌସୁମୀ ଅଧିବେଶନରେ ସବୁଠାରୁ ଅଧିକ କାର୍ଯ୍ୟ ହୋଇଛି । ଶୁକ୍ରବାର ଦିନ ଶେଷ ହୋଇଥିବା ଅଧିବେଶନରେ ଘର କିଣୁଥିବା ଲୋକମାନଙ୍କୁ ସଶକ୍ତ କରୁଥିବା ସଂଶୋଧନ ବିଧେୟକ ଜୁନ ୬ତାରିଖରେ ପାସ କରାଯାଇଥିଲା । ଆକଳନ ମୁତାବକ ଅଧିବେଶନରେ ସର୍ବମୋଟ ୨୦ଟି ବିଲ ଉପସ୍ଥାପନା କରାଯାଇଥିଲା ଯେଉଁଥିରୁ ୧୮ଟି ପାସ ହୋଇ ସାରିଛି ।

ଲୋକସଭାରେ ନିର୍ଦ୍ଧାରିତ ହୋଇଥିବା ସମୟରେ ୧୦ପ୍ରତିଶତ ଅଧିକ କାମ ହୋଇଥିବା ବେଳେ ରାଜ୍ୟସଭାରେ ୬୬ପ୍ରତିଶତ କାର୍ଯ୍ୟ ହୋଇଛି । ଲୋକସଭାରେ ୫୦ପ୍ରତିଶତ ଏବଂ ରାଜ୍ୟସଭାରେ ୪୮ପ୍ରତିଶତ ସମୟ ଆଇନ ତିଆରି କରିବାରେ ଦିଆଯାଇଥିଲା । ଏହା ବର୍ତମାନେ ସରକାରଙ୍କ କ୍ଷେତ୍ରରେ ଦିଆଯାଇଥିବା ସବୁଠୁ ଅଧିକ ସମୟ । ପଛୁଆ ବର୍ଗଙ୍କ ପାଇଁ ରଷ୍ଟ୍ରୀୟ ଆୟୋଗର ଗଠନକୁ ସାମ୍ବିଧାନିକ କରିବା ଏବଂ ଏସସି ଏସଟି ଆକ୍ଟ ଆଧାରରେ ତୁରନ୍ତ ଗିରଫ କରିବା ନିୟମ ପ୍ରସ୍ତୁତ କରିବା ଶାସକ ଦଳ ପାଇଁ ସବୁଠୁ ଲାଭଦାୟକ ସାବ୍ୟସ୍ତ ହୋଇଛି ।

ଏହି ଅଧିବେଶନରେ ପାଖାପାଖି ୨୬ପ୍ରତିଶତ ବିଲ ସଂସଦୀୟ ସମିତିକୁ ପଠାଯାଇଥିଲା । ୧୫ତମ ଲୋକସଭା ତୁଳନାରେ ଏହା ୭୧ପ୍ରତିଶତ ଥିଲା । ୮ଘଂଟା ବ୍ୟବଧାନରେ ଲୋକସଭାରେ ୨୦ଘଂଟା ଅଧିକ କାର୍ଯ୍ୟକାଳ ଚାଲିଥିଲା । ଏହି ଅଧିବେଶନରେ ପ୍ରଶ୍ନକାଳ ମଧ୍ୟ ବହୁତ ଭଲ ସାବ୍ୟସ୍ତ ହୋଇଛି । ପ୍ରଶ୍ନକାଳ ସମୟରେ ଲୋକସଭାରେ ୮୪ପ୍ରତିଶତ ଏବଂ ରାଜ୍ୟସଭାରେ ୬୮ପ୍ରତିଶତ କାର୍ଯ୍ୟ ହୋଇଛି । ଏଥିରେ ୯୯୯ଟି ଘରୋଇ ବିଲ ପାସ ହୋଇଛି ।

୧୬ତମ ଲୋକସଭାରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ବିଲ କାନୁନ ଏବଂ ଆଇନ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ପରିବାର ମନ୍ତ୍ରାଳୟ ତରଫରୁ ଉପସ୍ଥାପନା କରାଯାଇଛି । ୧୫ତମ ଲୋକସଭା ରେ ବାଣିଜ୍ୟ ମନ୍ତ୍ରାଳୟରେ ସବୁଠୁ ଅଧିକ ବିଲ ପାସ ହୋଇଛି । 

ଲୋକସଭା ବାଚସ୍ପିତି ସୁମିତ୍ରା ମହାଜନଙ୍କ କହିବାନୁଯାୟୀ, ସେ କେତେ ଥର ସଂସଦ ଚଳାଇବାରେ ଜୋର ଦେଇଥିଲେ କାରଣ ଏହା ବିଶ୍ୱାସନୀୟତା ରଖିବା ପାଇଁ ଜରୁରୀ ଥିଲା । ଏହି ଅଧିବେଶନ ପୂର୍ବ ଅପେକ୍ଷା ବହୁତ ଭଲ ରହିଛି । ରାଜ୍ୟ ସଭାର ଚେୟାରମ୍ୟାନ ଏବଂ ଉପରଷ୍ଟ୍ରପତି ଭେଙ୍କୈୟା ନାଇଡୁ କହିଛନ୍ତି ଯେ, ବଜେଟ ଅଦିବେଶନ ତୁଳନାରେ ଏହି ଅଧିବେସନରେ ୩ଗୁଣା ଅଧିକ କାର୍ଯ୍ୟ ହୋଇଛି ।  

  • Tags:

Subscribe

National International State Sports Entertainment