ବହିଷ୍କୃତ ପରେ ଏବେବି ନବୀନଙ୍କୁ ଘାରିଛି ଦାମ ଭୟ, ଦାମଙ୍କ ବିରୋଧରେ ପ୍ରଚାର ପାଇଁ ତୃତୀୟ ମହଲାରୁ ନିର୍ଦ୍ଦେଶ, ସେନାପତି ସାଜିବେ ବିଷ୍ଣୁ !
Khabar Odisha:third-floor-and-damodar-rout-controversy
ଭୁବନେଶ୍ୱର, 14 ସେପ୍ଟେମ୍ବର (ଖବର ଓଡିଶା)-

ବିଜେଡିରୁ ବହିଷ୍କୃତ ହୋଇସାରିଲେଣୀ ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ  । ହେଲେ ଦାମଙ୍କ ଭୟ ଏବେ ବି ଘାରିଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ  ।

ନିଜର ଅଭିଜ୍ଞତା ଓ ସରକାରର ଚାଲିଥିବା ଗୁମର କାଳେ ଜନମାନସରେ ଖୋଲିଯିବ ସେଥିପାଇଁ ଏହାକୁ ନେଇ ଏବେ ଚିନ୍ତିତ ବିଜେଡି ମୁଖିଆଙ୍କ ସହ ତୃତୀୟ ମହଲାର ଅଣଓଡିଆ ଅଫିସର  । ଏହା ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା  । ଅନ୍ୟପଟେ ଦାମଙ୍କ ମୁହଁରେ ତୁଣ୍ଡି ବାନ୍ଧିବା ପାଇଁ ତୃତୀୟ ମହଲାରୁ ତିଆରି ହୋଇଛି ବ୍ଲୁପ୍ରିଣ୍ଟ  । ଏପରିକି ଦାମଙ୍କ ବିରୋଧରେ ପ୍ରଚାର ପାଇଁ ତୃତୀୟ ମହଲାରୁ ଯାଇଛି ଅଘୋଷିତ ନିର୍ଦ୍ଦେଶ  । ଏପରି ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି  । ସେପଟେ ଏହି ପ୍ରଚାର କମିଟିର ସେନାପତି ଭାବେ ଦାୟିତ୍ୱ ଦିଆଯାଇଛି ଦାମଙ୍କ ଚିରାଚରିତ ପ୍ରତିଦ୍ୱନ୍ଧୀ ବିଷ୍ଣୁ ଦାସଙ୍କୁ  । ଏହି କ୍ରମରେ ସେ ପ୍ରଥମେ ଦାମଙ୍କ ଉଦ୍ଦେଶ୍ୟରେ ମାରିଛନ୍ତି ଗୁଗଲି , ଆଉ କହିଛନ୍ତି ଦାମ ଦୁର୍ନୀତିରୁ କାମ ଆରମ୍ଭ କରିଛନ୍ତି  । ସେ ଆନ୍ନା କାହିଁକି ନିଜକୁ ଜୟପ୍ରକାଶ କୁହନ୍ତୁ ବୋଲି କହି କଟାକ୍ଷ କରିଛନ୍ତି  । ଯାହାକୁ ନେଇ ଏବେ ବିଜେଡି ରାଜନୀତି ଚଳଚଞ୍ଚଳ ହୋଇପଡିଛି  । ଏପରିକି ଦାମଙ୍କ ରାଜ୍ୟ ବୁଲାକୁ ରୋକିବା ପାଇଁ ଏବେ ବିଜେଡି କାଉଂଟର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି  ।

  • Tags:

Subscribe

National International State Sports Entertainment