ସେନା ଶୈଳୀରେ ଆରମ୍ଭ ହେଲା ନରଭକ୍ଷୀ ବାଘୁଣୀର ସନ୍ଧାନ
Khabar Odisha:the-hunt-is-on-for-the-maneater-of-maharashtra-rangers-to-run-military-style-operation
ପାଣ୍ଢରକବଡା,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ଜଣକ ପରେ ଜଣକ ଲୋକଙ୍କ ଉପରେ ହେଉଥିବା ଆକ୍ରମଣ କାରଣରୁ ନରଭକ୍ଷୀ ବାଘୁଣୀର ସନ୍ଧାନ ଶେଷରେ ଆରମ୍ଭ ହୋଇଛି। ଉକ୍ତ ନରଭକ୍ଷୀ ବାଘୁଣୀର ଆକ୍ରମଣ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳାଇ ଦେଇଛି। ଜଣେ କି ଦୁଇ ଜଣ ନୁହେଁ ଏହି ବାଘୁଣୀ ଏ ପର‌୍ୟ୍ୟନ୍ତ ୧୨ ଲୋକଙ୍କୁ ଶିକାର କରି ସାରିଲାଣି।

ଏହି ନରଭକ୍ଷୀ ବାଘୁଣୀର ପ୍ରଥମ ଶିକାର ଜଣେ ବୃଦ୍ଧ ମହିଳା ହୋଇଥିଲେ। ତାଙ୍କର ଶବ ଏକ କପା ଖେତରୁ ମିଳିଥିଲା। ତାଙ୍କ ପିଠିରେ ପଞ୍ଝାର ଗଭୀର ଚିହ୍ନ ରହିଥିଲା। ଏହା ପରେ ବାଘୁଣୀର ପରବର୍ତ୍ତୀ ଶିକାର ଏକ ବୃଦ୍ଧ ଚାଷୀ ଥିଲେ। ଯାହାଙ୍କ ବାମ ଗୋଡକୁ ବାଘୁଣୀ ଖାଇ ଦେଇଥିଲା। ଏହା ପରେ ବାଘୁଣୀର ଆକ୍ରମଣ ନେଇ  ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିଥିଲା।

ନ୍ୟୁୟର୍କ   ଟାଇମ୍ସ ଅନୁସାରେ, ଘଟଣା ଏମିତି ଭାବେ ବଢିଥିଲା ଯେ ଗୋଟିଏ ଦିନରେ ଦୁଇ ଜଣ ଲୋକ ବାଘୁଣୀ ଆକ୍ରମଣର ଶିକାର ହେବା ମାମଲା ସାମ୍ନାକୁ ଆସୁଥିଲା। ଯାବତମଲ ସ୍ଥିତ ପାଣ୍ଢରକବଡା ପାହାଡି ଇଲାକାରେ ଜାରି ରହିଥିବା ଏହି ଭୟଙ୍କର ଘଟଣାର କୌଣସି ସମାଧାନର ରାସ୍ତା ବାହାର କରିବା ପୂର୍ବରୁ ଅଗଷ୍ଟରେ ପଶୁ ଚରାଇବାକୁ ଯାଇଥିବା ଜଣେ ଯୁବକଙ୍କ କ୍ଷତ ବିକ୍ଷତ ଶବ ହାଇଓ୍ଵେ ପାଖରେ ପଡ଼ିଥିଲା। ଏହା ବାଘୁଣୀର ୧୨ମ ଶିକାର ଥିଲା। ଡିଏନଏ ଯାଞ୍ଚ, କ୍ୟାମେରା ଓ ପଞ୍ଝାର ଚିହ୍ନରୁ ଯାଞ୍ଚକାରୀ ଦଳ ଏହି ନିଷ୍କର୍ସରେ ପହଞ୍ଚିଥିଲେ ଯେ ଏହି ବାଘଟି ଏକ ନରଭକ୍ଷୀ ଏବଂ ମଣିଷ ମାଂସ ପାଇଁ ଶିକାର କରୁଛି। 

ଭୟର ଏହି ବାତାବରଣରେ ସ୍ଥିତି ଏମିତି ହୋଇ ପଡିଲା ଯେ ଗାଁର ଲୋକେ ରାତିରେ ବାଡି ଓ ମସାଲ ନେଇ ବାହାରକୁ ବାହାରୁଥିଲେ। ଫରେଷ୍ଟ ଗାର୍ଡର ଦାୟିତ୍ଵ କରୁଥିବା ଗାଁ ଲୋକଙ୍କୁ ଏହାର ସମାଧାନ ପାଇଁ ପ୍ରଶାସନ ଉପରେ ଭରସା ନାହିଁ। ବିଶେଷଜ୍ଞଙ୍କ କହିବା ମୁତାବକ କୌଣସି ଏକ ବାଘୁଣୀ ପାଇଁ ଏତେ ସଂଖ୍ୟକ ଲୋକଙ୍କୁ ମାରିବା ସାମାନ୍ୟ କଥା ନୁହେଁ। କିଛି ରିପୋର୍ଟ ମୁତାବକ ଏକ ନର ବାଘ ଏହି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। 

ଫରେଷ୍ଟ ରେଞ୍ଜର୍ସ ଏବେ ସେନା ଶୈଳୀରେ ଏହି ନରଭକ୍ଷୀ ବାଘୁଣୀର ସନ୍ଧାନ ପାଇଁ ଏକ ମୁସ୍କିଲ ଅପରେସନର ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଏହ ଅପରେସନରେ ହାତୀରେ ବସି ଟ୍ରାଙ୍କୁଲାଇଜର ବନ୍ଧୁକ(ବେହୋସ କରୁଥିବା ବନ୍ଧୁକ) ସହିତ ସାର୍ପ ସୁଟର ନରଭକ୍ଷୀ ବାଘୁଣୀର ସନ୍ଧାନ କରିବେ। ବାଘୁଣୀକୁ ଧରି ନିକଟରେ ଏକ ଚିଡିଆଘରକୁ ପଠାଇବାର ଯୋଜନା ରହିଛି। 

  • Tags:

Subscribe

National International State Sports Entertainment