ମହିଳାଙ୍କୁ ମଧ୍ୟ ମିଳୁ ବ୍ୟଭିଚାରର ସଜା ? କେନ୍ଦ୍ର ସୁପ୍ରିମକୋର୍ଟ ଠାରେ ଜଣାଇଲା ନିଜର ଅସହମତି
Khabar Odisha:supreme-court-plea-modi-government-indian-penal-code-497-women-adultery
ନୂଆଦିଲ୍ଲୀ,ଜୁଲାଇ୧୦(ଖବର ଓଡ଼ିଶା):

ବ୍ୟଭିଚାର ମାମଲାରେ କାନୁନର କହିବା କଥା ଯଦି କୌଣସି ବ୍ୟକ୍ତି କୌଣସି ବିବାହିତ ମହିଳା ସହିତ ଶାରୀରିକ ସମ୍ବନ୍ଧ ରଖେ ତେବେ ଉକ୍ତ ବ୍ୟକ୍ତିଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ କିମ୍ବା ଜୋରିମାନା କିମ୍ବା ଉଭୟ ସଜା ମଧ୍ୟ ହୋଇପାରେ। ମାତ୍ର ଏହି ଦଣ୍ଡ ମହିଳାଙ୍କ ଉପରେ ଲାଗୁ ହୁଏ ନାହିଁ। ଅର୍ଥାବ ବ୍ୟଭିଚାରରେ ଲିପ୍ତ ମହିଳା ଉପରେ କୌଣସି ପ୍ରକାରର ସଜା କିମ୍ବା ଦଣ୍ଡର ପ୍ରାବଧାନ କାନୁନରେ ନାହିଁ। 

କାନୁନରେ ଏହାକୁ ଲିଙ୍ଗଗତ ଭେଦଭାବ ହେଉଥିବା ଦର୍ଶାଇ ଏକ ଯାଚିକା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା। ଏହି ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। କେନ୍ଦ୍ର ସରକାର ଏହି ମାମଲାରେ ନିଜର ରାୟ ରଖି କହିଛନ୍ତି ଯେ ବର୍ତ୍ତମାନର କାନୁନରେ କୌଣସି ପ୍ରକାରର ପରିବର୍ତ୍ତନ କରିବା ପକ୍ଷରେ ସରକାର ନାହାନ୍ତି କାରଣ ଏହା ମହିଳାଙ୍କ ହିତରେ ହେବ ନାହିଁ  ଏବଂ ଏଥିରେ ପରିବାର ପରି ସାମାଜିକ ଗୋଷ୍ଠୀ ଦୁର୍ବଳ ହୋଇଯିବ। 

କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଛି ଯେ ସେ ବ୍ୟଭିଚାର କାନୁନ ନାମରେ ଚର୍ଚ୍ଚିତ ଆଇପିସିର ଧାରା ୪୯୭କୁ ଦୁର୍ବଳ କରିବାର ଯାଚିକାକୁ ଖାରଜ କରି ଦିଅନ୍ତୁ କାରଣ ଏହି ଧାରା ବିବାହ ସଂସ୍ଥାର ସୁରକ୍ଷା ଯୋଗାଇଥାଏ ଏବଂ ମହିଳାଙ୍କୁ ସଂରକ୍ଷନ ଦେଇଥାଏ। ଏଥିରେ ପରିବର୍ତ୍ତନ କରିବା ଭାରତୀୟ ସଂସ୍କୃତି ପାଇଁ ହାନୀକାରକ ହୋଇପାରେ। 

ଉଲ୍ଲେଖଯୋଗ୍ୟ ଯାଚିକାକର୍ତ୍ତା ସୁପ୍ରିମକୋର୍ଟରେ ଯାଚିକା ଦାୟର କରି କହିଥିଲେ ଯେ ଆଇପିସିର ଧାରା ୪୯୭ ଆଧାରରେ ବ୍ୟଭିଚାର ମାମଲାରେ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ସଜା ମିଳିଥାଏ। କିନ୍ତୁ ମହିଳାଙ୍କୁ ଏଥିରେ ମୁକ୍ତ କରାଯାଏ।  ତେଣୁ ଏହି କାନୁନ ଲିଙ୍ଗଗତ ଭେଦଭାବ ଅଟେ। ଏଥିପାଇଁ ଏହି କାନୁନକୁକ ଅସାମ୍ବିଧାନିକ ଘୋଷିତ କରାଯାଉ। ଜାନୁଆରୀରେ ଏହି ମାମଲାର ଶୁଣାଣି ପାଇଁ ପାଞ୍ଚ ଜଣିଆ ଜଜଙ୍କ ଖଣ୍ଡପୀଠକୁ ପଠାଯାଇଥିଲା। 

ମହିଳା-ପୁରୁଷ ସମାନ ତ କାନୁନରେ ଭେଦଭାବ କଣ ପାଇଁ ? 

ଯାଚିକା ଉପରେ ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଯେବେ ସମ୍ଵିଧାନ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ଦେଇଛି ତେବେ ଅପରାଧିକ ମାମଲାରେ ଆଇନ କେମିତି ଭିନ୍ନ ଭିନ୍ନ ରହିବ ?  କୋର୍ଟ କହିଛି ଯେ ଜୀବନରେ ପ୍ରତ୍ୟେକ ସ୍ତରରେ ମହିଳାଙ୍କୁ ସମାନ ଦର୍ଶାଯାଇଛି, ତେବେ ଏହି ମାମଲାରେ କାନୁନ କେମିତ ଭିନ୍ନ ରହିବ ?  ଯଦି ଅପରାଧ ମହିଳା ଓ ପୁରୁଷ ଉଭୟ ସହମତିରେ ହୋଇଥାଏ ତେବେ ମହିଳାଙ୍କୁ ସଂରକ୍ଷଣ କଣ ପାଇଁ ଦିଆଯିବ ? 

  • Tags:

Subscribe

National International State Sports Entertainment