ଉନ୍ନାଓ ଗଣବଳାତ୍କାର: ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ବିରୋଧରେ ସିବିଆଇର ଚାର୍ଜସିଟ୍ ଦାଖଲ
Khabar Odisha:supreme-court-plea-modi-government-indian-penal-code-497-women-adultery
ଲକ୍ଷ୍ନୌ,ଜୁଲାଇ୧୦(ଖବର ଓଡ଼ିଶା):

ଉନ୍ନାଓ ଗଣ ବଳାତ୍କାର ମାମଲାରେ ସିବିଆଇ ଭାରତୀୟ ଜନତା ପାର୍ଟି(ବିଜେପି)ର ଉନ୍ନାଓ ବାଙ୍ଗମଉ ସିଟରୁ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହା ପୂର୍ବରୁ ସିବିଆଇ ପୀଡିତାଙ୍କ ପିତାଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। 

ଗଣ ବଳାତ୍କାରର ପୀଡ଼ିତା ପିତାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ବିନୀତ, ବଉଆ, ସୋନୁ ସହିତ ସୁମନ ସିଂହ ଓ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଭାଇ ଅତୁଲ ସିଂହ ସେଙ୍ଗରଙ୍କ ବିରୋଧରେ ଚାର୍ଜିସିଟ୍ ଦାଖଲ ହୋଇଥିଲା। ସିବିଆଇର ରୋଶନଉଦୌଲା କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ ହୋଇଥିଲା। 

ଉନ୍ନାଓ ଗଣବଳାତ୍କାରରେ ବିଧାୟକ ଅଭିଯୁକ୍ତ

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ସିବିଆଇ ଉନ୍ନାଓ ଗଣ ବଳାତ୍କାର ମାମଲାରେ ପୀଡିତାଙ୍କ ଦ୍ଵାରା ଲଗାଯାଇଥିବା ଅଭିଯୋଗ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ ଗତ ବର୍ଷ ଜୁନ ୪ରେ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଯୁବତୀଙ୍କ ବଳାତ୍କାର କରିଥିଲେ। ସେହି ସମୟରେ ମହିଳା ସହଯୋଗୀ ଶଶି ସିଂହ କୋଠରୀ ବାହାରେ ଛିଡ଼ା ହୋଇ ପ୍ରହରା ଦେଉଥିଲେ। ବିଜେପି ବିଧାୟକ କୁଲଦୀପ, ଶଶି ସିଂହ ଓ ଅନ୍ୟ ଅଭିଯୁକ୍ତଙ୍କୁ ସିବିଆଇ ଚଳିତ ବର୍ଷ ଏପ୍ରିଲ ୧୩-୧୪ରେ ଗିରଫ କରିଥିଲା। ଏଠାରେ କହି ରଖୁଛୁ ଯେ ଚାରିଆଡୁ ସମାଲୋଚନାର ଶରବ୍ୟ ହେବା ପରେ ୟୁପି ସରକାର  ମାମଲାର ତଦନ୍ତ ସିବିଆଇକୁ ଦେଇଥିଲେ। 

  • Tags:

Subscribe

National International State Sports Entertainment