ସୁବ୍ରମଣ୍ୟମ ସ୍ୱାମୀଙ୍କ ନିଶାଣରେ ଶଶି ଥରୁର; କହିଲେ ଯଦି ପାକିସ୍ତାନ ଏତେ ପସନ୍ଦ ମୁସଲମାନ ହୋଇଯାଅ
Khabar Odisha:subramanian-swami-target-on-shashi-tharoor-says-if-he-problem-in-as-a-hindu-should-convert
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବୟାନକୁ ନେଇ ବିବାଦ ବଢିବାରେ ଚାଲିଛି । କେନ୍ଦ୍ର ସରକାରଙ୍କ ଉପରେ ନିଶାଣ କରି  ଶଶି ଥରୁର କହିଥିଲେ ଯେ ଯଦି ଭାରତୀୟ ଜନତା ପାର୍ଟି ୨୦୧୯ରେ ଜିତିବ ତେବେ ଦେଶରେ ଧାର୍ମିକ ଉଗ୍ରତା ବଢିବ । ଭାରତରେ ପାକିସ୍ତାନ ଭଳି ପରିସ୍ତିତି ସୃଷ୍ଟି ହୋଇଯିବ । ସେ ତିରୁବନନ୍ତପୁରମରେ ଏକ ସଭାରେ ସମ୍ବୋଧିତ କରି କହିଲେ ଯେ ୨୦୧୯ରେ ବିଜେପି ଜିତିଲେ ସମ୍ବିଧାନକୁ ନଷ୍ଟ  କରିଦେବ  ଏବଂ ଏମିତି ଏକ ସମ୍ବିଧାନର ସୃଷ୍ଟି ହେବ ଯେଉଁଠାରେ କେବଳ ହିନ୍ଦୁମାନଙ୍କ ହିତ ରକ୍ଷା କରାଯିବ ।  

ତାଙ୍କର ଏହି ବୟାନ ପରେ ଏବେ ଭାଜପା ବି ହମଲା କରିଛି । ଭାଜପା ତରଫରୁ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଶଶି ଥରୁରଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ କହିବା ମୁତାବିକ ଯଦି ତାଙ୍କୁ ପାକିସ୍ତାନ ପାଇଁ ଏତେ ପ୍ରେମ ଆସୁଛି ତାହେଲେ ତାଙ୍କୁ ସେଠାକୁ ଚାଲିଯିବା ଦରକାର । ସ୍ୱାମି ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବୟାନ ଦେବା ଦରକାର ।   

  • Tags:

Subscribe

National International State Sports Entertainment