ସରସ୍ୱତୀ ପୂଜା ପ୍ରସାଦ ସେବନ କରି ୩୦ ଛାତ୍ରଛାତ୍ରୀ ଅସୁସ୍ଥ
Khabar Odisha:state-odisha-30-students-of-baripada-rangamatia-school-seek
ବାରିପଦା, ଫେବୃଆରୀ ୧୧ (ଖବର ଓଡିଶା) :

ବାରିପଦାରେ ସରସ୍ୱତୀ ପୂଜା ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି । ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ପୂଜା ପ୍ରସାଦ ସେବନ କରି ୩୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । 

ଗତକାଲି ସରସ୍ୱତୀ ପୂଜା ଶେଷ କରି ଛାତ୍ରଛାତ୍ରୀମାନେ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରି ଥିଲେ । ଏହା ପରେ ଜଣେ ଜଣେ ପରେ ଜଣେ ଅସୁସ୍ଥ ହେବାର ଦେଖାଯାଇଥିଲା । ଫଳରେ ସେମାନଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପ୍ରସାଦ ସେବନ ଦ୍ୱାରା ଏଭଳି ହୋଇଥିବା ସୂଚନା ମିଳିଛି । 

Subscribe

National International State Sports Entertainment