ଆଶାକର୍ମୀଙ୍କୁ ଖୁସି କଲେ ମୁଖ୍ୟମନ୍ତ୍ରୀ, ସହାୟତା ରାଶି ମିଳିବ ୧୦ ହଜାର
Khabar Odisha:state-govt-will-give-10000-incentives-to-asha-worker
ଭୁବନେଶ୍ୱର, ଅଗଷ୍ଟ ୧୦(ଖବର ଓଡ଼ିଶା):

ରାଜ୍ୟରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଆଣିଦେଇଛନ୍ତି । କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ । ଏହା ସହିତ ଅବ୍ୟାହତି ରାଶିକୁ ୧୦ ହଜାର ରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ସଚ୍ଚିବାଳୟରେ ଘୋଷଣା କରିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାମ କରୁଥିବା ସ୍ୱୀକୃତିପ୍ରାପ୍ତ ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହି ଅର୍ଥରାଶିରେ ସେମାନେ ସାଇକେଲ, ଆଲମିରା, ଛତା, ଟର୍ଚ୍ଚ ଲାଇଟ୍‌ ଓ ଚପଲ କିଣି ପାରିବେ । ଏହା ଆଶା ଅବ୍ୟାହତି ଯୋଜନାରେ ଥିବା ୧୦ ହଜାର ଟଙ୍କା ରାଶିକୁ ୨୦ ହଜାରକୁ ବୃଦ୍ଧି କରାଯାଇଛି । ଚାକିରର ୧୦ ବର୍ଷ ପରେ ସ୍ୱଇଚ୍ଛାରେ ଅବ୍ୟାହତି ନେଲେ କିମ୍ବା ୬୨ ବର୍ଷ ବୟସରେ ଅବ୍ୟାହତି ନେଲେ ଏହି ଅର୍ଥରାଶି ମିଳିବ । ଏହା ଦ୍ୱାରା ରାଜ୍ୟର ୪୭ ହଜାରରୁ ଉର୍ଦ୍ଧ୍ୱ ଆଶାକର୍ମୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରି କହିଛନ୍ତି ଯେ ବିଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ଉତ୍ସାହଜନକ ଭାବେ ହ୍ରାସ ପାଇଛି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ଆସିଛି । ଆଶାମାନଙ୍କର କର୍ତ୍ତବ୍ୟନିଷ୍ଠା କାମ ଓ ସେବା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment