ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ସମସ୍ତ ପୌରାଂଚଳରେ ଲାଗିବ ଏଲଇଡି ଷ୍ଟ୍ରିଟ୍ ଲାଇଟ୍
Khabar Odisha:state-cabinet-meeting-tree-plantation
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡିଶା):

ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି କ୍ୟାବିନେଟ ବୈଠକ । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକ ଶେଷ ହେବା ପରେ ଏବାବଦରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । 

ଶ୍ରୀ ପାଢୀ କହିଛନ୍ତି ଯେ, ମହାନଦୀ ଭଳି ଅନ୍ୟ ତିନୋଟି ନଦୀ କଡରେ ବୃକ୍ଷରୋପଣର ବ୍ୟବସ୍ଥା କରାଯିବ । ବ୍ରାହ୍ମଣୀ, ବୈତରଣୀ ଏବଂ ଋଷିକୁଲ୍ୟା କଡରେ ବୃକ୍ଷରୋପଣ କରାଯିବ ।  ନଦୀ ପଠାରୁ ଏକ କିମି ଚଉଡାରେ ଗଛ ଲଗାଯିବ  ।ଏଥିପାଇଁ ୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ ।ଜିଲ୍ଲା ସ୍ତରରେ ମହାନଦୀ ଗ୍ରୀନ ମିଶନ କମିଟି ଗଠନ ହେବ । ଏହାର ମୁଖ୍ୟ ରହିବେ ଜିଲ୍ଲାପାଳ । ଏହା ସହ ସମସ୍ତ ପୌରାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା କରାଯିବ । ଯେଉଁଠାରେ ମାନୁଆଲ ଲାଇଟ ବ୍ୟବହାର ହୋଇଛି ତାହାକୁ ବଦଳାଇ ଏଲଇଡି ଲଗାଯିବ । ଏ ବାବଦରେ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ । 

ଆହୁରି ମଧ୍ୟ ବୈଠକରେ ଭବାନିପାଟଣା ମେଡିକାଲ କଲେଜ ପାଇଁ ୨୨୦ କୋଟି ଟଙ୍କା ମଂଜୁର କରାଯାଇଛି ା ଏହା ସହ କଟକ ଶିଶୁଭବନ ପାଇଁ ୧୧୭ କୋଟି ମଂଜୁର ପାଇଁ ବୈଠକରେ ନିଷ୍ପତି ହୋଇଛି ା 

Subscribe

National International State Sports Entertainment