ଉରି ଓ ମଚ୍ଛଲରେ ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ସହିଦ, ସୀମାପାର କାରବାର ଠପ୍
Khabar Odisha:srinagar-cross-loc-trade-in-uri-suspended
ନୂଆଦିଲ୍ଲୀ,ଡିସେମ୍ବର୦୬(ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀର ଏବଂ ପାକ୍ ଅଧିକୃତ କାଶ୍ମୀର ମଧ୍ୟରେ ହେଉଥିବା ସୀମା ବ୍ୟାପାର ଗୁରୁବାର ଅନିଶ୍ଚିତକାଳ ପର୍ଯ୍ୟନ୍ତ ବନ୍ଦ ହୋଇଛି। କାରଣ ଉରି ସେକ୍ଟର ଓ ମଚ୍ଛଲରେ ପାକିସ୍ତାନୀ ସୈନିକ ଦ୍ଵାର ପ୍ରତିଦିନ ଅସ୍ତ୍ର ବିରତି ଉଲ୍ଲଙ୍ଘନ ହେବା ପରେ  ସେଠାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି।  ଏହି କ୍ରମରେ ଆଜି ସକାଳେ ଉରିରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଦୀର୍ଘ ସମୟ ଧରି ଚାଲିଥିଲା। ଏହାକୁ ନେଇ ପୂରା ଇଲାକାରେ ମାହୋଲ ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ସେନା ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରାଇ ତଲାସି ଅଭିଯାନ ଜାରି ରଖିଛି।  ଏହା ବ୍ୟତୀତ ପାକ୍ ସୈନିକ ମଚ୍ଛଲରେ ଆଜି ସକାଳେ ଗୁଳିମାଡ଼ କରିଛନ୍ତି। ଏଥିରେ ଭାରତୀୟ ସେନାର  ଜଣେ ଯବାନ ସହିଦ ହୋଇଛନ୍ତି। 

ଅସ୍ତ୍ରବିରତି ଉଲ୍ଲଙ୍ଘନର ଏହି ଘଟଣା ପରେ ଏଲଓସି ପାର କାରବାର ବନ୍ଦ କରି ଦିଆଯାଇଛି। ଏହା ଦର୍ଶାଇବା ଅସଙ୍ଗତ ନୁହେଁ ଯେ ଭାରତ-ପାକିସ୍ତାନ ମଧ୍ୟରେ ଏକ ରାଜିନାମା ଆଧାରରେ ୨୦୦୮ ଅକ୍ଟୋବରରେ ଜାମ୍ମୁ ଓ କାଶ୍ମୀର ଏବଂ ପିଓକେ ମଧ୍ୟରେ ଶୁଳ୍କ ମୁକ୍ତ ଏଲଓସି ପାର କାରବାର ଆରମ୍ଭ ହୋଇଥିଲା। ଏହି କାରବାରରେ ସାମିଲ ବ୍ୟବସାୟୀଙ୍କ ସାମଗ୍ରୀରେ ଭର୍ତ୍ତି ଟ୍ରକ ଉରି ସେକ୍ଟରର ରାସ୍ତା ଦେଇ ଗୁଲାମ କାଶ୍ମୀର ଯାଇଥାଏ। ଆଜି ମଧ୍ୟ ଉଭୟ ପଟୁ ବ୍ୟବସାୟିକ ଟ୍ରକର ଯାତାୟାତ ଜାରି ରହିଥିଲା।

ମାତ୍ର ପାକ୍ ପକ୍ଷରୁ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଙ୍ଘନ ହେବାରୁ ଏହି କାରବାରକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। କ୍ରସ ଏଲଓସି ଟ୍ରେଡ ସହ ଜଡ଼ିତ ଅଧିକାରୀ କହିଛନ୍ତି ଯେ ପବବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କାରବାର ସ୍ଥଗିତ ରହିବ। ଉରି ସ୍ଥିତ ଜଣେ ଅଧିକାରୀ କହିଛନ୍ତି ଯେ ଏଲଓସିରରେ ବର୍ତ୍ତମାନ ଯେଉଁ ସ୍ଥିତି ଉପୁଜିଛି, ତାକୁ ଦୃଷ୍ଟିରେ ରଖି କ୍ରସ ଏଲଓସି  କାରବାର  ରୋକା ଯାଇଛି। ପରିସ୍ଥିତି  ସ୍ଵାଭାବିକ ହେବା ପରେ ଯାଇ କାରବାର ସ୍ଵାଭାବିକ ହେବ। 

ଉଲ୍ଲେଖଯୋଗ୍ୟ ଗୁରୁବାର ସକାଳେ ପାକିସ୍ତାନ ସୈନିକ ଉତ୍ତର କାଶ୍ମୀର ଜିଲ୍ଲା କୁପଓ୍ଵାଡ଼ା ଅନ୍ତର୍ଗତ ମଚ୍ଛଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଏଲଓସି ସ୍ଥିତ ଅଗ୍ରୀମ ଭାରତୀୟ ସୈନିକଙ୍କ ଶିବିର ଓ ଜନଗହଳିପୂର୍ଣ୍ଣ ଇଲାକା ଉପରେ ଗୁଳିମାଡ଼ କରିଥିଲେ। ଭାରତୀୟ ସୈନିକ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଇଥିଲେ। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ଅନ୍ୟ ପଟେ ପାକିସ୍ତାନ ଶିବିରକୁ କ୍ଷତିଗ୍ରସ୍ତ କରିଛନ୍ତି ଭାରତୀୟ ସେନା। 

Subscribe

National International State Sports Entertainment