ମହଙ୍ଗା ପଡିଲା ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ, ସିଡନୀ ଦିନିକିଆରୁ ବାହାର ହେଲେ ହାର୍ଦ୍ଦିକ ଓ କେଏଲ ରାହୁଲ
Khabar Odisha:sports-cricket-odisha-hardikj-pandya-and-kl-rahul-suspended
ନୂଆଦିଲ୍ଲୀ,ଜାନୁଆରୀ୧୧(ଖବର ଓଡ଼ିଶା):

ଟିଭି ସୋରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେବା ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ମହଙ୍ଗା ପଡ଼ିଛି। ଉଭୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରୁ ବାହାର କରାଯାଇଛି।  କାନୁନ ପରାମର୍ଶ ପରେ ଶୁକ୍ରବାର ପ୍ରଶାସନିକ କମିଟି(ସିଓଏ) ସଦସ୍ୟ ଡାଏନା ଇଡୁଲଜୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଦୁଇ କ୍ରିକେଟରଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରିବାକୁ ସୁପାରିଶ କରିଛନ୍ତି।  ସିଓଏ ମୁଖ୍ୟ ବିନୋଦ ରାୟ ଆରମ୍ଭରୁ ଉଭୟଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରିବାକୁ କହିଥିଲେ। କେବଳ ଏତିକି ନୁହେଁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ବିପକ୍ଷରେ ଯାଞ୍ଚ ସମିତି ଗଠନ କରାଯାଇ ପାରେ।

ବିସିସିଆଇର ସିଇଓ ରାହୁଲ ଜୋହରୀଙ୍କ ଉଦାହରଣ ଦେଇ ଇଡୁଲଜୀ କହିଛନ୍ତି ଯେ ପରବର୍ତ୍ତୀ କାର୍ଯ୍ୟାହନୁଷ୍ଠାନ ପର୍ଯ୍ୟନ୍ତ ଉଭୟ ଖେଳାଳିଙ୍କୁ ବାସନ୍ଦ କରିବା ଜରୁରୀ ଥିଲା। ରାହୁଲ ଜୋହରୀଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ହେବା ପରେ  ଏମିତି କାର୍ୟ୍ୟା ନୁଷ୍ଠାନ ନିଆଯାଇଥିଲା। 

ଆଚାର ସଂହିତାର ଉଲ୍ଲଙ୍ଘନ ନାହିଁ

ଉଲ୍ଲେଖଯୋଗ୍ୟ ଲିଗାଲ ଫର୍ମ ସିରିଲ ଅମରଚାନ୍ଦ ମଙ୍ଗଲଦାସ ନିଜର ପରାମର୍ଶରେ କହିଥିଲେ ଯେ ପାଣ୍ଡ୍ୟା ଦେଇଥିବା ଆଶାଳୀନ ମନ୍ତବ୍ୟ କୌଣସି ପ୍ରକାରର ଆଚାର ସଂହିତା ଉଲ୍ଲଙ୍ଘନ ନୁହେଁ। ପାଣ୍ଡ୍ୟାଙ୍କ ବୟାନ କୌଣସି ଖେଳାଳିଙ୍କ ବିରୋଧରେ ନଥିଲା। ନା ସେ କୌଣସି ସପୋର୍ଟ ଷ୍ଟାଫ ନା କୌଣସି ମ୍ୟାଚ୍ ବିରୋଧରେ ବୟାନ ଦେଇଛନ୍ତି। ତେଣୁ ବର୍ତ୍ତମାନର ମାମଲା ଆଚାର ସଂହିତା ଉଲ୍ଲଙ୍ଘନ ଅନ୍ତର୍ଗତ ଆସୁନାହିଁ। 

ଉଲ୍ଲେଖଯୋଗ୍ୟ କଫି ଓ୍ଵିଥ କରଣ ସୋରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ନିଜ ଜୀବନ ସହିତ ଜଡ଼ିତ କିଛି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମମୟରେ ପାଣ୍ଡ୍ୟା ରିଲେସନସିପ, ଡେଟିଂ ଓ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ମହିଳାଙ୍କ ବିରୋଧରେ ଏମିତି ମନ୍ତବ୍ୟ ଶୁଣିବା ପରେ ପାଣ୍ଡ୍ୟାଙ୍କ ସହିତ ଉକ୍ତ ସୋରେ ଭାଗ ନେଇଥିବା ରାହୁଲଙ୍କୁ ମଧ୍ୟ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏବେ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଉଥିବା ପ୍ରଥମ ଦିନିକିଆରୁ ବାସନ୍ଦ କରାଯାଇଛି।  

Subscribe

National International State Sports Entertainment