କଣ ଧୋନୀଙ୍କ ଧିମା ବ୍ୟାଟିଂ ସିଡନୀରେ ଭାରତକୁ ପଡ଼ିଲା ଭାରୀ ?
Khabar Odisha:sports-cricket-Odisha-Mahendra-singh-Dhoni-India-Vs-Australia
ସିଡନୀ,ଜାନୁଆରୀ୧୨(ଖବର ଓଡ଼ିଶା):

ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ପରେ ଆଶା କରାଯାଉଥିଲା ଯେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହେବ, ମାତ୍ର ଦଳକୁ ୩୪ ରନରେ ପରାଜିତ ହେବାକୁ ପଡ଼ିଲା। ବିଜୟ ପାଇଁ ୨୮୯ ବଡ଼ ଲକ୍ଷ୍ୟ ନଥିଲେ ବି ପ୍ରଥମ ୪ ଓଭରରେ ୩ ବଡ଼ ଓ୍ଵିକେଟ୍ ହରାଇବା ଦଳ ପାଇଁ ମହଙ୍ଗା ପଡିଥିଲା। ରୋହିତ ଶର୍ମାଙ୍କ ସହିତ ଶତକୀୟ ଭାଗିଦାରୀ କରିଥିବା  ମହେନ୍ଦ୍ର ସିଂହ ଧୋନୀ  ସାହସିକ ପାଳି ଖେଳିଲେ, ମାତ୍ର ତାଙ୍କର ଏହି ପାଳି ଏତେ ଧିମା ଥିଲା ଯେ ଭାରତ ଲକ୍ଷ୍ୟର ନିକଟତର ମଧ୍ୟ ହୋଇପାରିଲା ନାହିଁ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ(ଏମସିଜି)ରେ ଖେଳାଯାଇଥିବା  ସିରିଜର ପ୍ରଥମ ମ୍ୟାଚରେ ୭୨ ଦିନ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆକୁ ଓହ୍ଲାଇଥିଲେ ଏବଂ  ୫୧ ରନର ପାଳି ଖେଳିଲେ।  ପ୍ରାୟ ଅଢେଇ ମାସ ପରେ ଯେବେ ସେ ପଡିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଲେ ସେହି ସମୟରେ ଦଳର ସ୍ଥିତି ସଂକଟାପନ୍ନ ଥିଲା କାରଣ ଭାରତ ୩.୪ ଓଭରରେ  ଶିଖର ଧାଓ୍ଵନ(୦), ଅଧିନାୟକ କୋହଲି(୩) ଓ ଅମ୍ବତି ରାୟୁଡୁ(୦)ଙ୍କ ଓ୍ଵିକେଟ୍ ହରାଇ ସାରିଥିଲା।  ଏହା ପରେ ରୋହିତ ଶର୍ମାଙ୍କ ସହିତ ସେ କ୍ରିଜରେ ଯୋଗ ଦେଇଥିଲେ। ଉଭୟ ଭାରତକୁ ସଂକଟରୁ ବାହାରି କରି ଚତୁର୍ଥ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡି ମ୍ୟାଚରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟରେ ଧୋନୀଙ୍କୁ ପ୍ରତ୍ୟେକ ରନ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା ଏବଂ ତାଙ୍କର ଏହି ପାଳି ଅତ୍ୟନ୍ତ ଧିମା ଥିଲା। ତାଙ୍କୁ ୫୧ ରନ କରିବାକୁ ୯୬ଟି ବଲ ଖେଳିବାକୁ ପଡ଼ିଥିଲା। 

ପ୍ରଥମ ୩୦ଟି ବଲରୁ ୫ ରନ

ପ୍ରଥମରୁ ୩ ଝଟକା  ପରେ ଧୋନୀ ଯେବେ କ୍ରିଜକୁ ଆସିଲେ ତେବେ ତାଙ୍କୁ ସେଟ୍ ହେବା ପାଇଁ ବହୁତ ସମୟ ଲାଗିଥିଲା ଏବଂ ପ୍ରଥମ ୩୦ଟି ବଲରୁ ସେ ମାତ୍ର ୫ ରନ କରିଥିଲେ। ସର୍ବଦା ଧୋନୀ ପ୍ରଥମରୁ ଧିମା ବ୍ୟାଟିଂ କରନ୍ତି ଏବଂ ଲୟକୁ ଫେରିବା ପରେ ଦ୍ରୁତ ଗତିରେ ବ୍ୟାଟିଂ କରି ତାର ଭରଣା ମଧ୍ୟ କରନ୍ତି। ମାତ୍ର ଏଥର ଧୋନୀଙ୍କ ଏଥିରେ ବିଫଳ ହୋଇଥିଲେ। ୨୦୧୮ ନଭେମ୍ବର ୧ ପରଠୁ ସେ ଗୋଟିଏ ମ୍ୟାଚ୍ ମଧ୍ୟ ଖେଳି ନାହାନ୍ତି। ଏହି ସମୟରେ ସେ ରଣଜୀ କ୍ରିକେଟରେ ମଧ୍ୟ  ଖେଳି ନାହାନ୍ତି। ଏହି କାରଣରୁ ସୁନିଲ ଗାଭାସ୍କର ମଧ୍ୟ ବଡ଼ ଖେଳାଳିଙ୍କ ରଣଜୀ ନଖେଳିବାର ସମାଲୋଚନା କରିଥିଲେ। 

ପଡିଆ ଓ ଅଭ୍ୟାସରୁ ଦୂରରେ ରହିବା କାରଣରୁ ଧୋନୀଙ୍କୁ ଲୟରେ ଆସିବାକୁ ସମୟ ଲାଗିଥିଲା। ୩୬ ବଲରୁ ୬ ରନ କରିବା ପରେ ସେ ଗୋଟିଏ ଛକା ଅବଶ୍ୟ ମାରିଥିଲେ, ମାତ୍ର ଏହା ଭାରତର ଚାପକୁ ବଢାଇ ଚାଲିଥିଲା। ଅନ୍ୟ ପଟେ ରୋହିତ ମଧ୍ୟ ଆରମ୍ଭରୁ ଧିମା ଖେଳିଥିଲେ ମାତ୍ର ପରେ ସେ ଲୟକୁ ଆସିଲେ ଏବଂ ନିଜ ଖ୍ୟାତି ମୁତାବକ ବ୍ୟାଟିଂ କରିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୩୭ ଭାଗିଦାରୀ କରିଥିଲେ, ମାତ୍ର ଏଥିପାଇଁ ଉଭୟ ୧୭୧ ବଲ ଖେଳିଥିଲେ। ଯାହା ପରବର୍ତ୍ତୀ ସମୟରେ ଦଳକୁ ଭାରି ପଡ଼ିଥିଲା। ରୋହିତ ୧୨୯ଟି ବଲରୁ ୧୦ ଚୌକା ଓ ୬ ଛକା ବଳରେ ୧୩୩ ରନ କରିଥିବା ବେଳେ ଧୋନୀ ୯୬ଟି ବଲରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୫୧ ରନ କରିଥିଲେ। 

Subscribe

National International State Sports Entertainment