୧୦ଟି ବଲ ଫିଙ୍ଗି ପଦାର୍ପଣ ମ୍ୟାଚରୁ ଫେରିଲେ ଶାର୍ଦ୍ଦୁଳ, ଫିଟନେସ ଉପରେ ଉଠିଲା ପ୍ରଶ୍ନ
Khabar Odisha:shardul-thakur-suffers-groin-strain-on-test-debut-india-vs-westindies-selection-test-team
ହାଇଦ୍ରାବାଦ, ଅକ୍ଟୋବର ୧୨(ଖବର ଓଡିଶା):

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପଦାର୍ପଣ ଶାର୍ଦ୍ଦୁଳ ଠାକୁରଙ୍କ ପାଇଁ ଦୁଃସ୍ୱପ୍ନ ପାଲଟି ଯାଇଛି । କାରଣ ଏହି ଦ୍ରୁତ ବୋଲର ମାତ୍ର ୧୦ଟି ବଲ ବୋଲିଂ କରିବା ପରେ ତାଙ୍କ ମାଂସପେଶୀରେ କଷ୍ଟ ଅନୁଭୁତ ହୋଇଥିଲା । ଫଳରେ ସେ ପଡିଆ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି । 

ଇଣ୍ଡିଜ ପାଳିର ଚତୁର୍ଥ ଓଭର ବୋଲିଂ କରୁଥିବା ଠାକୁର କଷ୍ଟ ଅନୁଭବ କରିଥିଲେ । ସେ ଠିକ ଭାବେ ଚାଲି ପାରିନଥିଲେ । ଫିଜିଓ ପଡିଆରେ ପହଁଚିବା ପରେ ତାଙ୍କ ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡିଥିଲା । ସେ ଅଧିନାୟକ ବିରାଟ କୋହଲି ଏବଂ ଫିଜିଓଙ୍କ ସହ କଥା ହେବା ପରେ ଗ୍ରାଉଣ୍ଡ ବାହାରକୁ ଯାଇଥିଲେ । 

ଠାକୁରଙ୍କୁ ଏହା ପୂର୍ବରୁ ହଂଗକଙ୍ଗ ବିପକ୍ଷ ମ୍ୟାଚରେ ଆଘାତ ଜନିତ କାରଣରୁ ସ୍ୱଦେଶ ପଠାଯାଇଥିଲା । ସେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ତରଫରୁ ଖେଳିଥିଲେ କିନ୍ତୁ ଏବେ ତାଙ୍କ ଫିଟନେସ ଉପରେ ପ୍ରଶ୍ନ ଉଠିଛି । ଠାକୁର ଅନଫିଟ ହେବା ସତ୍ୱେ ତାଙ୍କୁ କିଭଳି ଚୁଡାନ୍ତ ଏକାଦଶରେ ସାମିଲ କରାଗଲା ବୋଲି କିଛି ବରିଷ୍ଠ ଖେଳାଳି ପଚାରିଛନ୍ତି । ଯଦି ସେ ପଡିଆକୁ ନ ଫେରନ୍ତି ତେବେ ଭାରତ ପାଇଁ ନିଜ ଗୋଡରେ କୁରାଢି ମାରିବା ସଦୃଶ ହେବ । 

ଚୟନକର୍ତା ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ ନ କରି ଏପରି ଜଣେ ଖେଳାଳିଙ୍କୁ ସାମିଲ କରିଛନ୍ତି  ଯିଏ ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଫଳରେ ଏହି ଟେଷ୍ଟରେ ଭାରତର ଜଣେ ବୋଲର କମିଯିବେ । ଏହା ସହ ଠାକୁରଙ୍କ ଆଘାତ କେତେ ଗମ୍ଭୀର ସେ ନେଇ କିଛି ସୂଚନା ମିଳିନାହିଁ । ସେ ଇଂଲଣ୍ଡ ଗସ୍ତରେ ଦଳରେ ସାମିଲ ଥିଲେ ମଧ୍ୟ ତାଙ୍କୁ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳି ନଥିଲା । 

Subscribe

National International State Sports Entertainment