୪୮୦ ଅଙ୍କ ଉଠିଲା ସେନସେକ୍ସ, ୨୯ ପଇସା ମଜବୁତ ହେଲା ଟଙ୍କା
Khabar Odisha:sensex-up-by-480-points-on-friday-12-october
ମୁମ୍ବାଇ, ଅକ୍ଟୋବର ୧୨(ଖବର ଓଡିଶା):

ଆଜି ସପ୍ତାହର ଶେଷ କାରବାର ଦିନରେ ସେୟାର ବଜାରର ସ୍ଥିତି ସୁଧୁରିବାରେ ଲାଗିଛି । ସେନସେକ୍ସ ଆଜି ୪୮୦ ଅଙ୍କ ବୃଦ୍ଧି ପାଇବା ସହ ଟଙ୍କା ମଧ୍ୟ ଜଲାର ତୁଳନାରେ ୨୯ ପଇସା ମଜବୁତ ହୋଇଛି । ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ୧.୫ ପ୍ରତିଶତ ବୃଦ୍ଧି ଘଟିଛି । ନିଫ୍ଟି ୧୦,୪୦୦ ପାଖାପାଖି ପହଁଚି ଥିବା ବେଳେ ସେନସେକ୍ସ ୩୪,୪୫୦ ଛୁଇଁଚି  ।

ବର୍ତମାନ ସେନସେକ୍ସ ୩୪,୪୮୯ ଏବଂ ନିଫ୍ଟି ୧୦,୩୯୪ରେ କାରବାର କରୁଛି । ମିଡକପ୍ ଏବଂ ସ୍ମାଲକପ ସେୟାରରେ କାରବାର ଅଧିକ ହେଉଛି । ବିଏସଇ ମିଡକପ୍ ୨ ପ୍ରତିଶତ ଆଗରେ ରହିଛି । ନିଫ୍ଟିର ମିଡକପ୍ ୧୦୦ ଇଣ୍ଡେକ୍ସ ଉପରକୁ ଉଠିଛି । 

କାରବାର ସମୟରେ ଏମଏନଏମ, ରିଲାଏନ୍ସ, ୟେସ ବ୍ୟାଙ୍କ, ମାରୁତି, ଆଇଟିସି,ଆକସିସ୍ ବ୍ୟାଙ୍କ, ଏସବିଆଇ, ଏଚଡିଏଫସି, ଏଚୟୁଏଲ, ଓଏନଜିସିରେ ନିବେଶକ ମାନେ ଅଧିକ ନିବେଶ କରିଛନ୍ତି । କିନ୍ତୁ ଟିସିଏସ ଏବଂ ଇନଫୋସିସର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି । 

୭୩.୮୩ରେ ଖୋଲିଲା ଟଙ୍କା 

ଟଙ୍କା ୨୯ ପଇସା ମଜବୁତ ହୋଇ ୭୩.୮୩ ସ୍ତରରେ ଖୋଲିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ବୃଦ୍ଧି ଘଟିଛି । ଗତକାଲି ଏହା ୭୪.୧୨ ସ୍ତରରେ ବନ୍ଦ ହୋଇଥିଲା । 

  • Tags:

Subscribe

National International State Sports Entertainment