ରେକର୍ଡ ସ୍ତରରେ ବନ୍ଦ ହେଲା ସେୟାର ବଜାର, ସେନସେକ୍ସ ରଚିଲା ଇତିହାସ, ନିଫଟି ମଧ୍ୟ ୧୧୦୦୦ ପାର
Khabar Odisha:sensex-ends-at-new-record-high-nifty-manages-to-close-above-11000
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

ସେୟାର ବଜାର ପାଇଁ ଆଜିର ଦିନ ବହୁତ ଖାସ୍ ରହିଛି।  ସେନସେକ୍ସ ଯେଉଁଠି ରେକର୍ଡସ୍ତର ସହିତ କାରବାର ଆରମ୍ଭ କରି ବନ୍ଦ କରିଛି ସେଠି ନିଫଟି ମଧ୍ୟ ପ୍ରାୟ ୬ ମାସ ପରେ ୧୧୦୦୦ ଅଙ୍କ ସହିତ କାରବାର ବନ୍ଦ କରିଛି। ଆଜି ସେୟାର ବଜାରରେ ହୋଇଥିବା କ୍ରୟ ବିକ୍ରୟରେ ସବୁଠୁ ଅଧିକ କାରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ରହିଛି। ରିଲାଏନ୍ସ ପୁଣି ଥରେ ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଛି। ରିଲାଏନ୍ସର ଦମଦାର କାରବାରର ଦମରେ ସେନସେକ୍ସ ନୂତନ ଶିଖରରେ ପହଞ୍ଚିଛି। ସେନସେକ୍ସ ଓ ନିଫଟି ୦.୭୫ ପ୍ରତିଶତ ପର୍ୟ୍ୟନ୍ତ  ଉପରକୁ ଉଠି ବନ୍ଦ ହୋଇଛି। ସେନସେକ୍ସ ୨୮୨ ଅଙ୍କ ଉପରକୁ ଉଠି ୩୬,୫୪୮.୪୧ର ନୂତନ ସ୍ତରରେ ପହଞ୍ଚି ବନ୍ଦ ହୋଇଛି। ଅନ୍ୟ ପଟେ ନିଫଟି ମଧ୍ୟ ୭୫ ଅଙ୍କ ଉପରକୁ ଉଠି ୧୧,୦୨୩.୨୦ର ସ୍ତରରେ ବନ୍ଦ ହୋଇଛି। ୨୦୧୮ ଫେବୃଆରୀ ୧ ପରେ ନିଫଟି ୧୧,୦୦୦ ଉପରେ ପହଞ୍ଚି କାରବାର ବନ୍ଦ କରିବାରେ ସଫଳ ହୋଇଛି। 

ରିଲାଏନ୍ସ ମଧ୍ୟ ରଚିଲା ଇତିହାସ

କାରବାର ସମୟରେ ସବୁଠୁ ଅଧିକ ବ୍ୟବସାୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରହିଛି। ରିଲ ୧୦୦ ଅରବ ଡଲାର ମାର୍କେଟ୍ କ୍ୟାପ୍ ପାର କରି ଟିଟିଏସ ପରେ ଦେଶର ଦ୍ଵିତୀୟ କମ୍ପାନୀର ପରିଣତ ହୋଇଛି। ଆରଆଇଏଲର ମାର୍କେଟ୍ କ୍ୟାପ୍ ଗୁରୁବାର ୬.୮୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କାରବାର ସମୟରେ ସେୟାର ୪.୮ ପ୍ରତିଶତ ବୃଦ୍ଧି ସହିତ ୧୦୮୬  ଟଙ୍କା ଚାହିଦାରେ ପହଞ୍ଚିଥିଲା। କେବଳ ଗୋଟିଏ ଦିନର କାରବାରରେ ନିବେଶକଙ୍କ ଧନସଂପତ୍ତି ୩୨ ହଜାର କୋଟି ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଟିସିଏସ ଦେଶର ସବୁଠୁ ଅଧିକ ମାର୍କେଟ୍ କ୍ୟାପ୍ ବିଶିଷ୍ଟ କମ୍ପାନୀ। ଟିସିଏସର ମାର୍କେଟ୍ କ୍ୟାପ୍ ୭.୫୫ ଲକ୍ଷ କୋଟି ଟଙ୍କା ରହିଛି। 

କେଉଁ ସେୟାର କରିଛି ଭଲ କାରବାର 

କାରବାର ସମୟରେ ଆଓସି, ହିନ୍ଦୁସ୍ତାନ ପେଟ୍ରୋଲିୟମ, ବିପିସିଏଲ, ଡଃ. ରେଡିଜ୍, ଏଚସିଏଲ ଟେକ୍, ରିଲ ଓ ଜେଟ୍ ଏୟାରଓ୍ଵେଜରେ ୫ ପ୍ରତିଶତ  ପର୍ୟ୍ୟନ୍ତ ବୃଦ୍ଧି ଘଟିଥିଲା। ଅନ୍ୟ ପଟେ ଇନଫ୍ରାଟେଲ, ଇନଫୋସିସ୍, ଟିସିଏସ, ଭେଦାନ୍ତ ଲିମିଟେଡ୍, ଓଏନଜିସି, ଅଡାନୀ ପାଓ୍ଵାର, ଅଡାନୀ ଇଣ୍ଟରଟେନମେଣ୍ଟ ଓ ରିଲାଏନ୍ସ ନଓ୍ଵଲରେ ୨ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। 

ବ୍ୟାଙ୍କିଙ୍ଗ୍ ଓ ଓଏଲ ସେୟାରରେ ଭଲ କାରବାର

ବ୍ୟାଙ୍କିଙ୍ଗ, ଏଫଏମସିଜି, ଫାଇନାନସିଆଲ ସର୍ଭିସେସ୍, କ୍ୟାପିଟାଲ ଗୁଡ୍ସ ଓ ଓଏଲ ଆଣ୍ଡ ଗ୍ୟାସ୍ ଅଂଶଧନରେ ସବୁଠୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି।  ବ୍ୟାଙ୍କ ନିଫଟିରେ ୦.୮ ପ୍ରତିଶତ ବୃଦ୍ଧି ସହିତ କାରବାର ୨୭,୦୨୬.୫ରେ ବନ୍ଦ ରହିଛି। ମାତ୍ର  ଓଟୋ, ମିଡିଆ, ମେଟଲ, ପାଓ୍ଵାର ଓ ରିଏଲଟି ଅଂଶଧନରେ କିଛି ଚାପ ରହିଥିବା ନଜର ଆସିଥିଲା। 

  • Tags:

Subscribe

National International State Sports Entertainment