ଶିକ୍ଷାଦାନ ସମୟରେ ଖସିଲା ଛାତ, ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ
Khabar Odisha:roof-collapsed-in-bhubaneswar-government-school
ଭୁବନେଶ୍ୱର, ଅଗଷ୍ଟ ୧୧(ଖବର ଓଡିଶା):

ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । କେଉଁଠି ଛାତ୍ରଛାତ୍ରୀ ଅଭାବରୁ ସ୍କୁଲ ବନ୍ଦ କରି ଦିଆଯାଉଛି ତ ପୁଣି କେତେବେଳେ ମଧ୍ୟାହ୍ନ ଭୋଜନରେ ଅନିୟମିତତା । ଏହି ପରି ବିପର୍ଯ୍ୟସ୍ତ ଶିକ୍ଷାବସ୍ଥାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ।  ରାଜଧାନୀର ଖଣ୍ଡଗିରି ତପୋବନ ଅଂଚଳରେ ଥିବା ସତ୍ୟସାଇ ସେବାଶ୍ରମ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି । ଶିକ୍ଷାଦାନ ସମୟରେ ବିଦ୍ୟାଲୟର ଛାତ ଖସି ପଡିଛି । ସୌଭାଗ୍ୟବଶତଃ ଏଥିରେ କୌଣସି ଛାତ୍ରଛାତ୍ରୀ ଆହାତ ହୋଇ ନାହାନ୍ତି ।

ସୂଚନାନୁଯାୟୀ, ଆଜି ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସିଥିଲେ । ଏହି ସମୟରେ ସ୍କୁଲ ଛାତର ଏକ ବିରାଟ ଅଂଶ ଖସି ପଡିଥିଲା । ସୌଭାଗ୍ୟବଶତଃ ଏଥିରେ କୌଣସି ଛାତ୍ରଛାତ୍ରୀ ଆହାତ ହୋଇ ନାହାନ୍ତି । ତେବେ ଅଭିଭାବକ ମାନେ ଏହି ଘଟଣାକୁ ନେଇ ଉତ୍ୟକ୍ତ ହେବା ସହ ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସି ରହିଛନ୍ତି।

ଏହା ଏକ ସରକାରୀ ସ୍କୁଲ ହୋଇଥିବାବେଳେ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ସତ୍ୟ ସାଇ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟ ସରକାରଙ୍କ ଅଧୀନକୁ ଆସିଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ଜୀବନକୁ ଅନ୍ଧାର କରିଦେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । 

  • Tags:

Subscribe

National International State Sports Entertainment