ଆଜିଠୁ ବିଜେପିର ଜନ ଅଦାଲତ, ସରକାରଙ୍କୁ ପ୍ରଶ୍ନ କରିବେ ସାଧାରଣ ଜନତା
Khabar Odisha:political-state-odisha-janata-adalata-of-bjp-starts-from-today
ଭୁବନେଶ୍ୱର, ଫେବୃଆରୀ ୧୧ (ଖବର ଓଡିଶା) :

 ଆଜି ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳିରେ ଜନ ଅଦାଲତ କରାଯିବ । ଏହି ଅଦାଲତରେ ସ୍ଥାନୀୟ ଲୋକମାନେ ସରକାରଙ୍କୁ ପ୍ରଶ୍ନ କରିବେ । ଅଦାଲତରେ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଡକାଯିବ । ଲୋକମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବେ । ତେବେ ଆଜି ବ୍ରହ୍ମପୁର, ପୁରୀ, କଳାହାଣ୍ଡିରେ ଅଦାଲତର ଆୟୋଜନ କରାଯିବ ବୋଲି ବିଜେପିର ଉପସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ଶ୍ରୀଯୁକ୍ତ ମହାନ୍ତିଙ୍କ କହିବା ଅନୁଯାୟୀ, ବିଜେପିର କାର୍ଯ୍ୟକର୍ତାଙ୍କ ମାଧ୍ୟମରେ ଫଟୋଗ୍ରାଫି ସଙ୍କଳିତ କରି ଏକ ୧୫ ମିନିଟର  ପ୍ରାମାଣିକ ଭିଡିଓ ଗ୍ରାଫି କରାଯିବ । ଏହି ଭିଡିଓକୁ ସେହି ଅଂଚଳରେ ଜନ ସାଧାରଣଙ୍କୁ ଦେଖାଯିବ । ସେଠାରେ ଏକ ଅଦାଲତ ରୁମ କରାଯିବ । ଅଦାଲତରେ ଜଜ୍ ଏବଂ ମୁଦାଲା ରହିବେ । ସାଧାରଣ ଜନତାଙ୍କର ଯାହା ଅଭିଯୋଗ ରହିବ ତାହାକୁ ଉପସ୍ଥାପନ କରାଯିବ । ତାହାପରେ ଜନତାଙ୍କ ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟକର୍ତାମାନେ ସରକାର ପରିବତର୍ରନ କରିବାକୁ ସଙ୍କଳ୍ପବଦ୍ଧ ହେବେ । 

ତେବେ ଚଳିତ ମାସ ୧୧ରୁ ୧୭ ମଧ୍ୟରେ ଏହି ଜନ ଅଦାଲତ ଚାଲିବ । ଆଜି ବ୍ରହ୍ମପୁର, ପୁରୀ, କଳାହାଣ୍ଡିରେ ଅଦାଲତର ଆୟୋଜନ କରାଯିବା ସମୟରେ ଆସନ୍ତା କାଲି ମୟୁରଭଞ୍ଜ, କେନ୍ଦ୍ରାପଡା, ସମ୍ବଲପୁରରେ ହେବ । ଏହା ପରେ ୧୩ ତାରିଖ ଦିନ ଢେଙ୍କାନାଳ, ନବରଙ୍ଗପୁର, କେନ୍ଦୁଝର, ୧୪ରେ ବରଗଡ, କଟକ, କନ୍ଧମାଳ, ୧୫ରେ ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ, ୧୬ରେ ଭଦ୍ରକ, ବଲାଙ୍ଗୀର ଓ ୧୭ରେ ଭୁବନେଶ୍ୱର, ଯାଜପୁର, ଜଗତସିଂହପୁରରେ କରାଯିବ । ଏହିଭଳି ୨୧ଟି ସ୍ଥାନରେ ଏହି ଜନଅଦାଲତ କରାଯିବ ବୋଲି ଶ୍ରୀ ମହାନ୍ତୀ ସୂଚନା ଦେଇଛନ୍ତି । 

Subscribe

National International State Sports Entertainment