ଇଡି ମୋ ପିଛା ଛାଡୁନି, ଅଦାଲତରେ ସମସ୍ତ ଜବାବ ଦେବି- ପି. ଚିଦାମ୍ବରମ
Khabar Odisha:p-chidambaram-says-ed-is-is-lying-behind-allegations-will-be-answered-in-court-in-aircel-maxis-case
ନୂଆଦିଲ୍ଲୀ, ଜୁଲାଇ ୧୧(ଖବର ଓଡିଶା):

ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ଆଜି ଅଭିଯୋଗ କରିଛନ୍ତି କି, ଏୟାରସେଲ୍-ମେକ୍ସିସ୍ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କ ପଛରେ ପଡିଛି । କିନ୍ତୁ ଏଫଆଇଆରରେ ତାଙ୍କର ନାମ ମଧ୍ୟ ନାହିଁ । ସେ ଆହୁରି ମଧ୍ୟ ତାଙ୍କ ଉପରେ ଲାଗିଥିବା ଅଭିଯୋଗର ଉତର କୋର୍ଟରେ ଦେବେ ବୋଲି କହିଛନ୍ତି ।

ସୂଚନାନୁଯାୟୀ, ଏହି ମନ୍ତବ୍ୟ ସେହି ସମୟରେ ଆସିଛି, ଯେଉଁ ସମୟରେ ଦିଲ୍ଲୀ କୋର୍ଟ୍ ଚିଦାମ୍ବରମ ଏବଂ ତାଙ୍କ ପୁଅ କୀର୍ତି ଚିଦାମ୍ବରମଙ୍କ ଗିରଫଦାରୀ ଉପରେ ଲାଗିଥିବା ରୋକକୁ ଅଗଷ୍ଟ ୭ ଯାଏଁ ବୃଦ୍ଧି କରିଛନ୍ତି । ଏହି ପୂର୍ବତନ ଅର୍ଥମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି, ଏୟାରସେଲ୍ ଏବଂ ମେକ୍ସିସ୍ ମାମଲାରେ ହୋଇଥିବା ଏଫଆଇଆରରେ କୌଣସି ଅପରାଧ ସମ୍ପର୍କରେ ଉଲ୍ଲେଖ ନାହିଁ । ଏପରି କି କୌଣସି ସରକାରୀ ଅଧିକାରୀଙ୍କକ ନାମ ନଥିବା ସେ କହିଛନ୍ତି । ତଥାପି ପ୍ରବର୍ତନ ନିର୍ଦ୍ଦେଶାଳାୟ ତାଙ୍କ ପଛରେ ପଡିଛି  ।

ସୂଚନାଯୋଗ୍ୟ କି, ଚିଦାମ୍ବରମ ମେ ୩୦ରେ ଅଦାଲତରେ ନିଜର ଗିରଫଦାରିକୁ ରୋକିବା ପାଇଁ ଆବେଦନ କରିଥିଲେ । ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ହୋଇଥିବା ସେ କୋର୍ଟରେ କହିଛନ୍ତି ।

  • Tags:

Subscribe

National International State Sports Entertainment