ତେଲେଙ୍ଗାନା: ମାତ୍ର ଜଣେ ମନ୍ତ୍ରୀଙ୍କୁ ନେଇ ୨ ମାସ ହେଲା ସରକାର ଚଳାଉଛନ୍ତି କେସିଆର
Khabar Odisha:only-two-ministers-in-telangana-kcr-cabinet
ତେଲେଙ୍ଗାନା, ଫେବୃଆରୀ ୧୧(ଖବର ଓଡିଶା):

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତେଲେଙ୍ଗାନା ସରକାରରେ କେବଳ ଦୁଇଜଣ ମନ୍ତ୍ରୀ ଅଛନ୍ତି । ଜଣେ ଖୋଦ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖ୍ର ରାଓ ଏବଂ ଅନ୍ୟଜଣେ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ ମହମ୍ମଦ ଅଲ୍ଲୀ । ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ ବହୁମତ ପାଇଁ ୬୬ଟି ଆସନ ଆବଶ୍ୟକ ଥିବାବେଳେ କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ୮୮ଟି ଆଶନ ହାତେଇ ଏକତରଫା ବିଜୟ ହାସଲ କରିନେଇଥିଲା । 

ବିରୋଧୀ କିନ୍ତୁ ଦୁଇ ସଦସୀୟ କ୍ୟାବିନେଟକୁ ନେଇ କେସିଆରଙ୍କୁ ସମାଲୋଚନା କରିଛନ୍ତି । ବିଜେପି କହିଛି କି ଏହା ଭାରତୀୟ ଇତାହାସରେ ବିରଳ । ସରକାର ଗଠନର ଦୁଇମାସ ବିତି ଯାଇଥିଲେ ସୁଧା ରାଜ୍ୟରେ କେବଳ ଦୁଇଜଣ ମନ୍ତ୍ରୀ ରହିଛନ୍ତି । ଏହା ଏକ ଲଜ୍ଜାଜନକ ବିଷୟ ବୋଲି ଦଳ କହିଛି । ଏହାସହ ଦଳ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି । ଏପରି କି ରାଜ୍ୟରେ କ୍ୟାବିନେଟ ନୁହେଁ ସରକାରୀ ଅଧିକାରୀମାନେ ସରକାର ଚଳାଉଥିବା ବିଜେପି ପ୍ରବକ୍ତା କୃଷ୍ଣା ସାଗର ରାଓ କହିଛନ୍ତି । 

ପୂର୍ବରୁ କୁହାଯାଉଥିଲା କି, ପୋଙ୍ଗଲ ପରେ ରାଜ୍ୟରେ କ୍ୟାବିନେଟ ବିସ୍ତାର ହେବ । କିନ୍ତୁ ଏପରି କୌଣସୀ ଘଟଣା ଘଟିଲା ନାହିଁ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଆଧାରରେ କେସିଆର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିବାକୁ ଚାହାନ୍ତି । ଏହା ହେଉଛି କ୍ୟାବିନେଟ ବିସ୍ତାର ବିଳମ୍ବ ହେବାର କାରଣ । 

ତେଲେଙ୍ଗାନା ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୧୮ଜଣ ମନ୍ତ୍ରୀ ରହିପାରିବେ । ବିଭିନ୍ନ ବିଭାଗର ସମୀକ୍ଷା ବୈଠକ କେସିଆରଙ୍କ ବାସଭବନରେ ହେଉଛି । ଏଥିରେ ସରକାରୀ ଅଧିକାରୀମାନେ ଯୋଗ ଦେଉଛନ୍ତି । ବର୍ତମାନ ପ୍ରାୟ ୧୭ହଜାର ଫାଇଲ କେସିଆରଙ୍କ ଟେବୁଲରେ ପଡି ରହିଛି । ଏହି ପ୍ରକ୍ରିୟାରେ ରାଜ୍ୟରେ ଥିବା ସାଢେ ଚାରିକୋଟି ଜନତାଙ୍କ ଲାଭ କିପରି ହେବ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment