ଗଙ୍ଗାର ସୁରକ୍ଷା: ସ୍ଵାମୀ ସାନନ୍ଦଙ୍କ ଦାବିକୁ ଆଗକୁ ବଢାଇ ଅନଶନରେ ବସିଲେ ଆଉ ଜଣେ ସାଧୁ
Khabar Odisha:one-more-sadhu-is-on-hunger-strike-after-swami-sanands-death
ଡେରାଡୁନ, ଅକ୍ଟୋବର୧୨(ଖବର ଓଡ଼ିଶା):

ଗଙ୍ଗା ନଦୀର ସୁରକ୍ଷା ପାଇଁ ଦାବିକୁ ନେଇ ଅନଶନ କରିଥିବା ସ୍ଵାମୀ ସାନନ୍ଦଙ୍କ ଦେହାନ୍ତ ପରେ ଏବେ ଆଉ ଜଣେ ସାଧୁ ତାଙ୍କର ପରମ୍ପରାକୁ ଆଗକୁ ବଢାଇ  ଅନଶନରେ ବସିଛନ୍ତି। ମାତୃସଦନରେ ସାଧୁ ଗୋପାଳ ଦାସ ଶୁକ୍ରବାରଠୁ ଗଙ୍ଗା ସମ୍ଵନ୍ଧିତ ସ୍ଵାମୀ ସାନନ୍ଦଙ୍କ ଦାବିକୁ ସମର୍ଥନ କରି  ଅନଶନ ଆରମ୍ଭ କରିଛନ୍ତି।

ଅନଶନରେ ବସିଥିବା ସାଧୁ ଗୋପାଳ ଦାସ ଦାବି କରିଛନ୍ତି ଯେ ଯେବେଠୁ ସ୍ଵାମୀ ସାନନ୍ଦ ଅନଶନରେ ବସିଥିଲେ ସେବେଠୁ ସେ ତାଙ୍କ ସହିତ ଅନଶନରେ ବସିଥିଲେ। କିନ୍ତୁ ସେ ବଦ୍ରିନାଥରେ ଅନଶନରେ ବସିଥିଲେ। ଏହା ପରେ ପ୍ରଶାସନ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି କରିଥିଲେ, ତଥାପି ସେ ନିଜର ଅନଶନ ଜାରି ରଖିଛନ୍ତି। ଅକ୍ଟୋବର ୧୦ରେ ଯେବେ ସ୍ଵାମୀ ସାନନ୍ଦ ଜଳ ତ୍ୟାଗ କରିଥିଲେ ସେହି ଦିନଠୁ ମଧ୍ୟ ସେ ଜଳ ତ୍ୟାଗ କରିଥିଲେ। ଏହି ସମୟରେ ସେ ବଦ୍ରିନାଥ, ଯୋଶୀମଠ, ଶ୍ରୀନଗର, ଋଷିକେଶରେ ତପସ୍ୟା କରିଥିଲେ। ଶୁକ୍ରବାରଠୁ ସେ ମାତୃସଦନରେ ଅନଶନରେ ବସିଛନ୍ତି।

ଅନଶନରେ ବସିଥିବା ସ୍ଵାମୀ ଶିବାନନ୍ଦ ଓ ଜଳ ପୁରୁଷ ରାଜେନ୍ଦ୍ର ସିଂହ ଜଳ ତ୍ୟାଗ ସମାପ୍ତ କରିବାକୁ ସ୍ଵାମୀ ଗୋପାଳ ଦାସଙ୍କୁ ନିବେଦନ କରି ଜଳପାନ କରାଇଛନ୍ତି। ସ୍ଵାମୀ ଶିବାନନ୍ଦ କହିଛନ୍ତି ଯେ ସାଧୁଙ୍କୁ ଜୀବନ ହାରିବା ଦରକାର  ନାହିଁ ବରଂ ଲୋକଙ୍କୁ ମାର୍ଗଦର୍ଶନ କରାଇବାର ଆବଶ୍ୟକତା ରହିଛି। 

ଉଲ୍ଲେଖଯୋଗ୍ୟ କେବଳ ସାନନ୍ଦ ହିଁ ନୁହନ୍ତି ଅନେକ ସନ୍ଥ ମଧ୍ୟ ଗଙ୍ଗାର ସୁରକ୍ଷା ନେଇ ବଳିଦାନ ଦେଇ ସାରିଛନ୍ତି। ଏହା ପୂର୍ବରୁ ସ୍ଵାମୀ ନିଗମାନନ୍ଦ ଓ ଗୋକୁଳାନନ୍ଦଙ୍କ ନିଧନ ମାମଲା ସାମ୍ନାକୁ ଆସିଥିଲା। 

Subscribe

National International State Sports Entertainment