କେନ୍ଦ୍ରର ଉଜାଲାକୁ ନକଲ କରି ରାଜ୍ୟ ସରକାରଙ୍କ 'ଆମ ଘରେ ଏଲଇଡି ଯୋଜନା', ପୁଣି ଭୂଆଁ ବୁଲାଇଲେ ନବୀନ
Khabar Odisha:odisha-politics-ama-ghare-led-yojana
ଭୁବନେଶ୍ୱର, ଜାନୁଆରୀ ୧୧(ଖବର ଓଡିଶା):

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହଡପ ଏବଂ ନକଲ କରିବା ରାଜ୍ୟରେ କ୍ଷମତାସୀନ ନବୀନ ସରକାରଙ୍କ ପାଇଁ ଅଭ୍ୟାସରେ ପରିଣତ ହୋଇ ଗଲାଣି । ପୂର୍ବରୁ ୧୦୮ ଆମ୍ବୁଲାନ୍ସରେ ରାଜ୍ୟ ସରକାର ନିଜର ଷ୍ଟିକର ମାରି ବାହାବା ନେବାକୁ ପ୍ରୟାସ କରି ଶେଷରେ ହରଡଘଣାରେ ପଡିଥିଲେ । ଏହାପରେ ଅନେକ କେନ୍ଦ୍ର ଯୋଜନାର ନାମ ବଦଳାଇ ନିଜସ୍ୱ ଯୋଜନା କରିବା ଏବଂ  ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦ୍ୱାହି ଦେଇ ନିଜର ରାଜନୈତିକ ଫାଇଦା ପାଇଁ ଅନେକ ବିଫଳ ଯୋଜନା ଚଳାଇଛନ୍ତି । ଏପରିକି ଆୟୁଷ୍ମାନ ଯୋଜନାକୁ ଲାଗୁ ନକରି ଏହାର ନକଲ ସ୍ୱରୂପ ବିଜୁ ସ୍ୱାସ୍ଥ୍ୟା କଲ୍ୟାଣ ଯୋଜନା ନବୀନ ସରକାର ଆରମ୍ଭ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି । ଏଥର ପ୍ରତି ଘରେ ବିଜୁଳି ପହଁଚାଇବା ନେଇ କେନ୍ଦ୍ରର ଉଜାଲା ଯୋଜନାକୁ ନକଲ କରି ଆଜି ନିଜସ୍ୱ ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିଛନ୍ତି । 

ଆମ ଘରେ ଏଲଇଡି ଯୋଜନାରେ ରାଜ୍ୟ ସରକାର ପ୍ରତି ହିତାଧିକାରୀ ପରିବାରକୁ ୯ ୱାଟର ୪ ଟି ଏଲଇଡି ବଲବ ବଂଟନ କରିବେ । ଏହା ଦ୍ୱାରା ପ୍ରାୟ ୯୫ ଲକ୍ଷ ପରିବାର ଉପକୃତ ହେବେ । ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ୩ କୋଟି ୮୦ ଲକ୍ଷ ବଲବ କିଣିବା ନେଇ ସୂଚନା ମିଳିଛି । ଏଥି ନିମନ୍ତେ ରାଜ୍ୟ ସରକାର ଗତ ବଜେଟରେ ୧୨୫ କୋଟିର ବ୍ୟବବରାଦ କରିଥିଲେ । କିନ୍ତୁ ଏହି ଯୋଜନା କେନ୍ଦ୍ର ସରକାରଙ୍କ ୨୦୧୫ ଜାନୁଆରୀରେ ଆରମ୍ଭ ହୋଇଥିବା ଉଜାଲା ଯୋଜନାର ନକଲ ବୋଲି କୁହାଯାଉଛି । କାରଣ ବହୁ ପୂର୍ବରୁ ଉଜାଲା ଯୋଜନାରେ କେନ୍ଦ୍ର ସମସ୍ତଙ୍କୁ ବଲବ ପିଛା ୭୦ ଟଙ୍କାରେ ଚାରୋଟି ଏଲଇଡି ଲାଇଟ ଯୋଗାଉଛି । ଏପରିକି ରାଜ୍ୟରେ ପ୍ରାୟ ୧କୋଟି ୨୬ ଲକ୍ଷ ୮୫ ହଜାର ବଲବ ବଂଟନ କରାଯାଇଛି । 

ତେବେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ ଉଜାଲା ଯୋଜନାକୁ କାଉଂଟର ପାଇଁ କାହିଁକି ପାଗ ଭିଡିଲେ ନବୀନ । ଯଦି ରାଜ୍ୟର ସବୁ ଅଂଚଳରେ ବିଦ୍ୟୁତ ପହଁଚାଇବା ରାଜ୍ୟ ସରକରାଙ୍କ ଲକ୍ଷ୍ୟ ଥିଲା ତେବେ ଏତେଦିନ ଧରି କାହିଁକି ଚୁପ ଥିଲେ ? ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ଏହା ଚେଷ୍ଟା ନୁହଁ ତ ? କାରଣ ଉଜାଲା ଯୋଜନାରେ ବିଜେପି ଘରେ ଘରେ ପହଁଚୁଥିବା ନବୀନ ଆଶଙ୍କା କରିଥାଇ ପାରନ୍ତି । ଏହା ସହ ଏହା ରାଜନୈତିକ ଚାଲ ମଧ୍ୟ ହୋଇପାରେ । କିନ୍ତୁ କେନ୍ଦ୍ରର ଯୋଜନା ଥାଉ ଥାଉ ରାଜ୍ୟ ସରକରାଙ୍କ ଏହି ନକଲ ଯୋଜନା ବିଦ୍ୟୁତ ଉପଭୋକ୍ତାଙ୍କୁ ଦ୍ୱନ୍ଦରେ ପକାଇବା ସହ ଦିନରେ ଜାରକିନ ଦେଖାଇବା ସଦୃଶ ବୋଲି ରାଜନୈତିକ ବିଶ୍ଲେଷକମାନେ କହିଛନ୍ତି। 

Subscribe

National International State Sports Entertainment