ପାର୍ବଣ ଋତୁ ପାଇଁ ତତ୍ପର ରାଜ୍ୟ ପୋଲିସ, ଡିଜିପି ଜାରି କଲେ ନିର୍ଦ୍ଦେଶନାମା
Khabar Odisha:odisha-police-guidelins-for-festive-season
ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଖବର ଓଡିଶା):

ଆସୁଛି ପାର୍ବଣ ଋତୁ । ଏହି ସମୟରେ ରାଜ୍ୟବାସୀଙ୍କ ସୁରକ୍ଷାକୁ ନଜରରେ ରଖି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍ ଡିଜିପି ଆରପି ଶର୍ମା । ଏହା ସହ ପ୍ରତ୍ୟେକ ଜିଲ୍ଲାରେ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ସେ ଅଂଟା ଭିଡିଛନ୍ତି ।

ସମସ୍ତ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥି ସହ ୱାରେଂଟିମାନଙ୍କୁ ଗିରଫ କରିବାକୁ ସ୍ପେଶାଲ ଡ୍ରାଇଭ ପରାମର୍ଶ ଦିଆଯାଇଛି । ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନଏସଏରେ ବୁକ କରିବା ପାଇଁ କୁହାଯାଇଛି । ବେଆଇନ ମଦ ବିକ୍ରି ଉପରେ କଡା ନଜର ରଖିବା  କ୍ଷେତ୍ରରେ ତତ୍ପରତା ପ୍ରକାଶ କରିଛନ୍ତି ଡିଜିପି । 

ପୂଜା ସମୟରେ ମେଢ ଏବଂ ଭସାଣ ପାଇଁ ଅନୁମତି ତଥା ଶାନ୍ତି କମିଟି ଗଠନ କରିବାକୁ ମଧ୍ୟ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

  • Tags:

Subscribe

National International State Sports Entertainment