ଆଇନଜୀବୀଙ୍କ ଦୁଇ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, କୋର୍ଟ କାର୍ଯ୍ୟ ଠପ୍‌
Khabar Odisha:odisha-lawyers-chase-work-state-wide
ଭୁବନେଶ୍ୱର, ଫେବୃୟାରୀ ୧୧ (ଖବର ଓଡ଼ିଶା):

ଆଜି ଓ ଆସନ୍ତାକାଲି ରାଜ୍ୟରେ ଦୁଇ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି ଆଇନଜୀବୀମାନେ  । ଅଲ୍‌ ଇଣ୍ଡିଆ ବାର୍‌ କାଉନସିଲ୍‌ର ଡାକରାରେ ରାଜ୍ୟବ୍ୟାପୀ ଆଇନଜୀବୀମାନେ ନିଜର ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରୁଛନ୍ତି । ଆଜିର ଆନ୍ଦୋଳନ ପରେ ଆଇନଜୀବୀମାନେ ସ୍ଥାନୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 5 ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିବେ । 

ବୀମା, ପେନ୍‌ସନ୍‌, ଷ୍ଟାଇପେଣ୍ଡ୍‌ ଓ ଲିଗାଲ୍‌  ସର୍ଭିସେସ୍‌ ଅଥରିଟି ଆକ୍ଟ ଲାଗୁ କରିବାକୁ ଆଇନଜୀବୀ ଦାବି କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌ରେ ୫୦୦୦ କୋଟି ଟଙ୍କା ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ସହାୟତା ପ୍ରଦାନ ମୁଖ୍ୟ ଦାବି ରହିଛି । ଏହା ଦ୍ୱାରା ଆଇନଜୀବୀମାନେ ଅବସର ନେବା ପରେ ଆପତ୍ତ ପରିସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରାଯାଇପାରିବ । ସେହିପରି ୫ ବର୍ଷ ଯାଏ ନୂଆ ଆଇନଜୀବୀକୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି । ଏହା ସହିତ ଲିଗାଲ ସର୍ଭିସେସ୍‌ ଅଥରିଟି ଆକ୍ଟ ଲାଗୁ କଲେ ଅବସରପ୍ରାପ୍ତ ଆଇନଜୀବୀମାନେ ମଧ୍ୟ ନିଯୁକ୍ତି ପାଇପାରିବେ ଏବଂ କୌଣସି ପୋଷ୍ଟ ଫାଙ୍କା ରହିବ ନାହିଁ କିମ୍ବା କୋର୍ଟ ବାଧାପ୍ରାପ୍ତ ହେବ ନାହିଁ । ସେହିପରି ଇ-ଲାଇବ୍ରେରୀ ଓ କାର୍ଯ୍ୟାଳୟରେ ମହିଳା ଆଇନଜୀବୀଙ୍କ ଶିଶୁଙ୍କ ପାଇଁ ସୁବିଧା, ଶୌଚାଳୟ ଓ ଗମନାଗମନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । 

ଆଜି ଓ ଆସନ୍ତାକାଲି ଦୁଇ ଦିନ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ । ସବୁ ଜିଲ୍ଲାରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବର୍ଜନ କରିଛନ୍ତି । ପ୍ରତିବାଦ ସଭା କରିବା ସହିତ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବ୍ୟାପୀ କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଛି । 

  • Tags:

Subscribe

National International State Sports Entertainment