ଖୋର୍ଦ୍ଧାରେ ଗଜରାଜଙ୍କ ଆତଙ୍କ, ବ୍ୟବସାୟୀଙ୍କୁ ଆକ୍ରମଣ
Khabar Odisha:odisha-elephant-attack-in-khurda
ଖୋର୍ଦ୍ଧା ,ଜାନୁଆରୀ ୧୨(ଖବର ଓଡିଶା):

ବୋଲ ମାନୁ ନାହାନ୍ତି ହାତୀପଲ । ଜନବସତି ମୁହାଁ ହେଉଛନ୍ତି ଗଜରାଜ ।  କିଛିଦିନ ଧରି ଖୋର୍ଦ୍ଧାର ବିଭିନ୍ନ ଅଂଚଳରେ ଆତଙ୍କ ଖେଳାଇ ଚାଲିଥିବା ଏହି ବଣୁଆ ଜନ୍ତୁ ଜଙ୍ଗଲ ମୁହାଁ ହେବାର ନାଁ ଧରୁ ନାହାନ୍ତି । ଫସଲ ନଷ୍ଟ କରିବା ସହ କେଉଁଠି ଘରକୁ ଭାଂଗୁଛନ୍ତି ତ ଆଉ କିଛି ସ୍ଥାନରେ ଲୋକଙ୍କ ଉପରେ ଆକ୍ରମଣ ମଧ୍ୟ କରୁଛନ୍ତି ।

ଗତକାଲି ଚନ୍ଦକା ଏବଂ ଟାଙ୍ଗୀ ପରେ ଆଜି ଅଙ୍ଗାରପଡା ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନାରେ  ଭର୍ତି ହୋଇଛନ୍ତି । ଆଜି ସକାଳୁ ସେହି ଗାଁର ବ୍ରହ୍ମଚାରୀ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କର ଓମଫୋଡ ଦୋକାନ ଖୋଲିବାକୁ ଯାଉଥିବା ସମୟରେ ଦନ୍ତା ହାବୁଡରେ ପଡିଥିଲେ । ହାତୀ ତାଙ୍କ ଉପରେ ଆକ୍ରମଣ କରିବା ପରେ ସେ ପଡି ଯାଇଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ତାଙ୍କ ପଂଜରା ହାଡ ଭାଂଗି ଯାଇଥିବାବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ନେଇ ଯୋଜନା କରାଯାଉଛି । ସେହିପରି କାଳୁପଡା ଗାଁରେ ମଧ୍ୟ ହାତୀଙ୍କ ଉପଦ୍ରବ ଦେଖାଯାଇଛି । ହାତୀପଲରେ ପ୍ରାୟ ୮ ଟି ହାତୀ ରହିଥିବାବେଳେ ସେମାନେ ବିଲରେ ଗଦା ହୋଇଥିବା ଧାନ କଳେଇ ଓ ଫସଲ ନଷ୍ଟ କରୁଛନ୍ତି । 

ସୂଚନାଯୋଗ୍ୟ କି, ଗତକାଲି ନିରାକାରପୁର ଅଂଚଳରେ ହାତୀପଲ ପଶିଆସିବା ସହ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ମହିଳା ଜଣକ ଗୁରୁତର ହୋଇ ପଡିଥିଲେ । ଚନ୍ଦକା ଜଙ୍ଗଲରୁ ହାତୀମାନେ ନିକଟସ୍ଥ ସ୍ଥାନକୁ ଚାଲିଆସୁଥିବା ବନବିଭାଗ ସ୍ପଷ୍ଟ କରିଛି ।

Subscribe

National International State Sports Entertainment