ଜନ୍ମେଜୟ, ଜୟନାରାୟଣଙ୍କ ପରେ ଦଳ ଛାଡିଲେ ଦୁଷ୍ମନ୍ତ, ଉପକୂଳ ପରେ ପଶ୍ଟିମରେ ଭୁଷୁଡିଲା କଂଗ୍ରେସ ଦୁର୍ଗ......ଶଙ୍ଖ ଫୁଙ୍ଖିବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ !
Khabar Odisha:odisha-congress-weak-condition-in-western-area
ଭୁବନେଶ୍ୱର, ୧୧ ଜୁଲାଇ (ଖବର ଓଡିଶା)-

ଉପକୂଳ ପରେ ଏବେ ପଶ୍ଚିମରେ କଂଗ୍ରେସକୁ ଝଟକା  । ଦଳ ଛାଡିଲେ ପୂର୍ବତନ ବିଧାୟକ ତଥା ଯୁବ ନେତା ଦୁଷ୍ମନ୍ତ ନାଏକ   । କଂଗ୍ରେସ ଛାଡିବା ପରେ ବିଜେଡି ଦଳରେ ସେ ଯୋଗଦାନ କରିବେ ବୋଲି ଏବେ ତାଙ୍କର ସମର୍ଥକ ମାନେ କହିଲେଣୀ  । ଭବାନୀପାଟଣାର ପୂର୍ବତନ ବିଧାୟକ ଏଥର ବିଜେଡି ଟିକେଟରେ ଲଢିବେ ନିର୍ବାଚନ  ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ ସଙ୍ଗଠନ ମଜଭୂତ ହେବା ପରିବର୍ତ୍ତେ ଏବେ ଦଳରେ ନେତାମାନେ କଂଗ୍ରେସ ଛାଡୁଛନ୍ତି  । ବଡଚଣାର ଜନ୍ମେଜୟ ଲେଙ୍କା ହୁଅନ୍ତୁ ଅବା ଚିଲିକାର ମାନସ ମଙ୍ଗରାଜ  । ସେହିପରି ଜଳେଶ୍ବରର ଜୟନାରାୟଣ ମହାନ୍ତି ହୁଅନ୍ତୁ ଅବା ଭବାନୀପାଟଣାର ଦୁଷ୍ନନ୍ତ ନାଏକ  । ଜଣଙ୍କ ପରେ ଜଣେ ନେତା ଦଳ ଛାଡିବା ଏବେ କଂଗ୍ରେସ ତଥା ପିସିସି ମୁଖିଆ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି  । ଆଗକୁ ନିର୍ବାଚନ ଥିବା ବେଳେ ଏହାକୁ ଦଳ କିପରି ମୁକାବିଲା କରିବ ଏହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି  ।

ଭବାନୀପାଟଣାର ପୂର୍ବତନ ବିଧାୟକ ଶ୍ରୀ ନାଏକ ଦଳ ଛାଡିବା ନେଇ ଗତ କିଛିଦିନ ଧରି ସସପେନ୍ସ ଲାଗିରହିଥିଲା  । ଏପରିକି ଖୋଲାଖୋଲି ଭାବେ ସେ ଗଣମାଧ୍ୟମରେ ପ୍ରକାଶ କରିଥିଲେ  । ତେବେ ସ୍ଥାନୀୟ ବିଜେଡି ନେତାଙ୍କ ବିରୋଧ ଯୋଗୁଁ ସେ ଯୋଗ ଦେଇପାରୁନଥିଲେ  । ତୃତୀୟ ମହଲାରୁ ସବୁଜ ସଂଙ୍କେତ ପାଇବା ପରେ ସେ କଂଗ୍ରେସ ଛାଡିଥିବା ଏବେ ବିଜେଡି ଦଳରେ ଚର୍ଚ୍ଚା ହେଉଛି  ।

  • Tags:

Subscribe

National International State Sports Entertainment