ପିକଅପ୍ ଭ୍ୟାନ ଓଲଟି ୩ ମୃତ, ୧୨ରୁ ଉର୍ଦ୍ଧ୍ୱ ଗୁରୁତର
Khabar Odisha:odisha-3-died-in-road-accident-in-mathili
ମାଲକାନଗିରି, ଫେବୃଆରୀ ୧୧(ଖବର ଓଡ଼ିଶା):

ମାଲକାନଗିରି ମାଥିଲିରେ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମାଥିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମାଥିଲି ବ୍ଲକ୍‌ ପାଙ୍ଗାମ ନିକଟରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟିପଡ଼ିଛି । ଫଳରେ ଘଟଣା ସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ୧୨ଜଣ ଗୁରୁତରଙ୍କୁ ମାଥିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାଥିଲିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ପିକ୍‌ଅପ ଭ୍ୟାନଟି ଓଲଟିବାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତରଙ୍କ ଅବସ୍ଥାରେ ସୁଧାର ନ ଆସିଲେ  ସେମାନଙ୍କୁ ଅନ୍ୟ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Subscribe

National International State Sports Entertainment