ବିମୁଦ୍ରାକରଣ ବିଫଳ ହୋଇଛି- ନିରଞ୍ଜନ ପଟ୍ଟନାୟକ
Khabar Odisha:niranjan-pattnaik-targets-demonetisation
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡିଶା):

ଆଜି ବିମୁଦ୍ରାକରଣକୁ ପୁରିଲା ଦୁଇ ବର୍ଷ । ଏହାକୁ କେନ୍ଦ୍ରରେ ଥିବା ବିଜେପି ସରକାର ସଫଳ କହୁଥିବା ବେଳେ ଅନ୍ୟ ବିରୋଧୀ ଦଳ କିନ୍ତୁ ଏକ ଦିଗହୀନ ପଦକ୍ଷେପ ବୋଲି କହୁଛନ୍ତି । ଏପରି କି ଆଜିର ଦିନକୁ ସାରା ଦେଶରେ କଳାଦିବସ ଭାବେ ପାଳନ କରୁଛି ଭାରତୀୟ ଜାତୀୟ କଂଗ୍ରେସ । ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି । ବିମୁଦ୍ରାକରଣର ବର୍ଷପୂର୍ତି ଅବସରରେ ଉଭୟ ବିଜେପି ଏବଂ ବିଜେଡିକୁ ସମାଲୋଚନା କରିଛନ୍ତି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ  ।

ସେ କହିଛନ୍ତି ଯେ ବିମୁଦ୍ରାକରଣ ଏକ ପ୍ରକାର ବିଫଳ ହୋଇଛି । ମୋଦୀଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା  ପ୍ରତିକ୍ରିୟା ଦେଇଥିଲେ ତାକୁ କେହି ଭୁଲି ନାହାନ୍ତି। ନବୀନ ଏହାକୁ ସୁନ୍ଦର ଭାଷାରେ ପ୍ରଶଂସା କରିଥିଲେ । ବିଜେପି ଏବଂ ବିଜେଡି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । 

ସୂଚନାଯୋଗ୍ୟ କି, ଓଡିଶାରେ ମଧ୍ୟ କଂଗ୍ରେସ ଆଜିର ଦିନକୁ କଳାଦିବସ ରୂପେ ପାଳନ କରିଛି । 

Subscribe

National International State Sports Entertainment