ଜାମ୍ମୁ କାଶ୍ମୀର: ଆତଙ୍କବାଦୀଙ୍କ ଭୟରେ ୯ଜଣ ଏସପିଓ ଛାଡିଲେ ଚାକିରୀ
Khabar Odisha:nine-special-police-officer-left-jammu-kashmir-police-job-after-getting-threat-from-militant
ଜାମ୍ମୁ କାଶ୍ମୀର, ଅଗଷ୍ଟ ୧୧ (ଖବର ଓଡିଶା):

ଆତଙ୍କବାଦୀଙ୍କ ଧମକରେ ଦକ୍ଷୀଣ କାଶ୍ମୀର ପୁଲବାମା ଜିଲ୍ଲାର ତ୍ରାଲ ଅଂଚଳର ୯ଜଣ ଏସପିଓ ଚାକିରୀ ଛାଡି ଦେଇଥିବାର ସୂଚନା ମିଳିଛି । ଚାକିରୀ ଛାଡିବା ପରେ ସେହି ଅଂଚଳର ପ୍ରସ୍ତୁନା ଏବଂ ଲାରୋବ ମସଜିଦରେ ଏହାର ପ୍ରଚାର କରାଯାଇଥିଲା । ଡିଜିପି ଡଃ ଏସପି ବୈଦଙ୍କ କହିବାନୁଯାୟୀ ସୋସିଆଲ ମିଡିଆରେ ଚାକିରୀ ଛାଡିବା କଥା ଚାଲିଛି । ସଂପୂର୍ଣ୍ଣ ମାମଲାର ଜାଂଚ ପ୍ରକ୍ରିୟା ଜାରି ରହିଛି ।

ପ୍ରସ୍ତୁନା ମସଜିଦରେ ଏସପିଓ ପରବେଜ ଅହମ୍ମଦ ଅହଙ୍ଗର, ହିଲାଲ ଅହମ୍ମଦ ଖାନ, ମୁଜାଫର ଅହମ୍ମଦ ଖାନ, ମୁଦାସିର ଅହମ୍ମଦ ମୀର, ଇରସାଦ ଅହମ୍ମଦ ରାଠୋର, ଏବଂ ଇସରତ ଅଲ୍ଲି ଏବଂ ଲାରୋବ ମସଜିଦରେ ଇସହାକ ଅହମ୍ମଦ ଭଟ୍ଟ, ଗୁଲଜାର ଅହମ୍ମଦ ବାନି ଏବଂ ଏଜାଜ ଅହମ୍ମଦ ମୀରଙ୍କ ପଦବୀ ଛାଡିବା ଘୋଷଣା କରାଯାଇଥିଲା । ସେମାନେ ଏକ ପତ୍ର ମାଧ୍ୟମରେ ଲୋକମାନଙ୍କୁ କ୍ଷମା ମାଗିଛନ୍ତି । ୯ଜଣ ଏସପିଓ ଚାକିରୀ ଛାଡିବା ପରେ ପୁଲିସ ଏବେ ସମସ୍ତଙ୍କ ସୁରକ୍ଷା ନୂତନ ଧାରାରେ ଆରମ୍ଭ କରିବାକୁ ଯାଉଛି ।

ସୂଚନାନୁଯାୟୀ ତ୍ରାଲ ଅଂଚଳରେ ଲଗାତାର ୨ଦିନ ଧରି ଆତଙ୍କବାଦୀମାନେ ଏସପିଓଙ୍କୁ ନିଶାନାରେ ରଖିଥିଲେ । ଅଗଷ୍ଟ ୬ତାରିଖରେ ଲାରୋବ ଗ୍ରାମର ଏସଏପିଓ ଇସହାକ ଅହମ୍ମଦ ଭଟ୍ଟଙ୍କ ଉପରେ ଘୁଳିଚାଳନା କରିଥିବା ସମୟରେ ସେ ସେଠାରୁ ଜୀବନ ରକ୍ଷା କରି ପଳାୟନ କରିଥିଲେ । ସେହିପରି ଭାବରେ ଅଗଷ୍ଟ ୭ତାରିଖ ଦିନ ପ୍ରସ୍ତୁନା ଗ୍ରାମର ଏସପିଓ ଆସିକ ଅହମ୍ମଦ ଲୋନଙ୍କୁ ତାଙ୍କ ଘର ପାଖରେ ଗୁଳି ଚାଳନା କରାଯାଇଥିଲା । ସେଠାରେ ସେ ଆହତ ଅବସ୍ଥାରେ ମିଳିଥିଲେ । ଗତମାସ ତ୍ରାଲ ଅଂଚଳରେ ଆତଙ୍କବାଦୀମାନେ ଜଣେ ଏସପିଓଙ୍କୁ ଅପହରଣ କରିଥିଲେ ପରେ ତାଙ୍କ ମାଙ୍କ ଅନୁରୋଧ ପରେ ତାଙ୍କୁ ଛାଡି ଦେଇଥିଲେ ।

ଆତଙ୍କୀ ସଂଗଠନ ହିଜବୁଲ ଏବଂ ଲଶକର ଦ୍ୱାରା କିଛି ଦିନ ପୂର୍ବରୁ ସମସ୍ତ ଏସପିଓ ୧୫ ଭିତରେ ପଦବୀ ଛାଡିବା ପାଇଁ ଧମକପୂର୍ଣ୍ଣ ପୋଷ୍ଟର ବିଭିନ୍ନ ଅଂଚଳରେ ଲଗା ଯାଇଥିଲା । ଗତ ୨ମାସ ହେବ ଆତଙ୍କବାଦୀମାନେ ୪ଜଣ ସୁରକ୍ଷାକର୍ମୀଙ୍କୁ ଅପହରଣ କରି ହତ୍ୟା କରିଥିଲେ । ପ୍ରଥମେ ପୁଛର ଯବାନ ଔରେଙ୍ଗଜେବଙ୍କୁ ଅପହରଣ କରି ହତ୍ୟା କରିଥିଲେ । ସେହିପରି ଜାମ୍ମୁ କାଶ୍ମୀର ସିଆରପିଏଫର ୨ଜଣ ଯବାନଙ୍କୁ ଛୁଟି ସମୟରେ ହତ୍ୟା କରାଯାଇଥିଲା । ଏତଦ ବ୍ୟତୀତ ୧୦ଜଣ ଏସପିଓଙ୍କୁ ଟାର୍ଗେଟ୍ ରଖା ଯାଇଥିଲା ।

  • Tags:

Subscribe

National International State Sports Entertainment