ଏମିତି ନାଚିଲେ ବରଯାତ୍ରୀ, ଭାଙ୍ଗିଗଲା ଡ୍ରେନ, ଭାସିଗଲେ ବର
Khabar Odisha:national-odisha-groom-falls-in-drain-after-bridge-collapses-due-to-baraat-dance-in-noida
ନୋଏଡା, ଫେବୃଆରୀ ୧୧ (ଖବର ଓଡିଶା) :

 ନୋଏଡାର ହୁସିଆରପୁର ଗ୍ରାମରେ ସେକ୍ଟର ୫୨ରେ ଏକ ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ଘଟିଛି । ଏଠାରେ ଏକ ବରଯାତ୍ରୀର ପ୍ରାୟ ୧୫ ଜଣ ଲୋକ ଏକ ପୋଲ ଉପରେ ନାଚିଥିବା କାରଣରୁ ପୋଲ ଭୁଷୁଡି ବର ନାଳରେ ପଡି ଯାଇଛି । ଏହି ଦୁର୍ଘଟଣା ଫଳରେ ୨ଜଣ ଶିଶୁ ଆହତ ହୋଇଛନ୍ତି । 

ସୂଚନାଯୋଗ୍ୟ, ଦୁର୍ଘଟଣାଗସ୍ତ ପୋଲଟି ଏକ ଡ୍ରେନ ଉପରେ ନିର୍ମାଣ କରାଯାଇଥିଲା । ଅଲିଭ ଗାର୍ଡେନ ୱେଡିଙ୍ଗ ବାଙ୍କୱେଟ ହଲକୁ ଏହା ସଂଯୋଗ କରୁଛି । ଏହି ପୋଲ ଉପରେ ୧୫ଜଣିଆ ଏକ ବରଯାତ୍ରୀ ଦଳ ୧୦ ମିନିଟ ପର୍ଯ୍ୟନ୍ତ ନାଚ କରିଥିଲେ । ଫଳରେ ପୋଲଟି ଭୁଷୁଡି ଯାଇଥିଲା । ନାଚୁଥିବା ଲୋକମାନେ ଡ୍ରେନରେ ଖସି ପଡିଥିଲେ । ଏଥିରେ ୨ଜଣ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଏନେଇ କୌଣସୀ ଅଭିଯୋଗ ଦାୟର କରାଯାଇ ନାହିଁ । ଉଭୟ ପକ୍ଷ ପରସ୍ପର ଭିତରେ ବୁଝାମଣା କରି ନେଇଛନ୍ତି । ହଲର ମାଲିକ କନ୍ୟା ପକ୍ଷଙ୍କୁ ୩ଲକ୍ଷ ଟଙ୍କା ଦେଇଛନ୍ତି । 

ତେବେ ଡ୍ରେନରେ ପଡିଯାଇଥିବା ବର ଜଣକ ହେଉଛନ୍ତି ଅମିତ ଯାଦବ(୩୫) ସେ ଜଣେ ବ୍ୟବସାୟୀ । କନ୍ୟା ଜଣକ ହେଉଛନ୍ତି ସୋନମ (୩୨) । ଫେବୃଆରୀ ୯ରେ ବାହାଘର ପାଇଁ ସୋନମଙ୍କ ପିତା ହଲ ବୁକ କରିଥିଲେ । ବରଯାତ୍ରୀ ଆସିବା ସମୟରେ କନ୍ୟା ପକ୍ଷ ଲୋକ ପୋଲର ଅନ୍ୟ ପଟେ ବରଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଠିଆ ହୋଇଥିଲେ । ତେବେ ଏହା ଆକସ୍ମିକ ଭାବରେ ହୋଇଥିବା ହଲ ମାଲିକ କହିଛନ୍ତି । ସେ କହିଛନ୍ତି କି, ସେ ୧୫ ବର୍ଷ ଧରି ଏଠାରେ ବ୍ୟବସାୟ କରି ଆସୁଛନ୍ତି । କିନ୍ତୁ ଏଭଳି ଘଟଣା ପୂର୍ବରୁ କେବେ ହୋଇ ନାହିଁ । 

Subscribe

National International State Sports Entertainment