ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରକୁ ସଂସଦ ଭବନରେ ଅନାବରଣ କଲେ ରାଷ୍ଟ୍ରପତି
Khabar Odisha:national-odisha-atal-bihari-vajpayee-portrait-unveiled-at-central-hall-of-parliament-by-president-ram-nath-kovind
ନୂଆଦିଲ୍ଲୀ, ଫେବୃଆରୀ ୧୨ (ଖବର ଓଡିଶା) :

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରକୁ ଅନାବରଣ କରିଛନ୍ତି । ସଂସଦର ଜଣେ ଅଧିକାରୀ କହିଛନ୍ତି କି, କୋବିନ୍ଦ ଆଜି ସଂସଦ ଭବନର ସେଂଟ୍ରାଲ ହଲରେ ଫଟୋଚିତ୍ରର ଅନାବରଣ କରିଛନ୍ତି । ଏହି ସମୟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭିନ୍ନ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଅଟଳଙ୍କ ଜିବନୀ ଉପରେ ବହୁତ କଥା ରହିଛି । ଘଂଟା ଘଂଟା ଧରି କହିଲେ ମଧ୍ୟ କମ ପଡିଯିବ । ଏଭଳି ବ୍ୟକ୍ତିତ୍ୱ ଖୁବ୍ କମ୍ ଅଛନ୍ତି । ବ୍ୟକ୍ତିଗତ ଜୀବନର ହିତ ପାଇଁ କେବେ ନିଜ ରାସ୍ତା ପରିବର୍ତନ କର ନାହିଁ । ଏହା ବାସ୍ତବିକ ଜୀବନରେ ଆମଭଳି କାର୍ଯ୍ୟକର୍ତାଙ୍କୁ ଶିଖିବାକୁ ଏକ ବିଷୟ ।  

Subscribe

National International State Sports Entertainment