ଆଲୋକ ବର୍ମାଙ୍କ ବିରୋଧରେ ସିଭିସିର ଗମ୍ଭୀର ଅଭିଯୋଗ, ମାଲ୍ୟା ଏବଂ ନୀରବ ମୋଦୀଙ୍କୁ କରିଥିଲେ ସହାୟତା
Khabar Odisha:national-odisha-CBI-cvc-initiated-an-inquiry-against-alok-verma-over-six-more-allegations
ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡିଶା) :

ବହୁ ଚର୍ଚ୍ଚିତ ସିବିଆଇ ବିବାଦ ଥମିବାର ନାମ ନେଉ ନାହିଁ । ଏବେ ସିଭିସି ପୁଣି ଥରେ ଆଲୋକ ବର୍ମାଙ୍କ ବିରୁଦ୍ଧରେ ୬ଟି ନୂତନ ଅଭିଯୋଗ ଆଣି ଯାଂଚ୍ କରିବା ଆରମ୍ଭ କରିଦେଇଛି । ଏହି ଅଭିଯୋଗରେ ନୀରବ ମୋଦୀ, ବିଜୟ ମାଲ୍ୟା ଏବଂ ଏୟାରସେଲର ପୂର୍ବତନ ପ୍ରମୋଟର ସୀ ଶିବଶଙ୍କରନଙ୍କ ବିରୋଧରେ ଜାରି ହୋଇଥିବା ଲୁକ ଆଉଟ ସର୍କୁଲାରର ଆନ୍ତରିକ ଇମେଲକୁ ଲିକ କରିଥିବା ଅଭିଯୋଗ ସାମିଲ ରହିଛି । 

ଟାଇମସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସିଭିସି ଆଲୋକ ବର୍ମାଙ୍କ ବିରୋଧରେ ଆଗତ କରିଥିବା ଅଭିଯୋଗ ବିଷୟରେ ସରକାରଙ୍କୁ ଅବଗତ କରାଇଛି । ଭ୍ରଷ୍ଟାଚାର ବୋଧରେ କରାଯାଇଥିବା ଯାଂଚ୍ ରିପୋର୍ଟରେ ବର୍ମାଙ୍କ ବିଷୟରେ ଜଣା ପଡିଥିଲା । ଏହି ଅଭିଯୋଗ ଗତ ବର୍ଷ ନଭେମ୍ବର ୧୨ରେ ସୁପ୍ରିମକୋର୍ଟରେ ସିବିସି ଜମା କରିଥିଲା । ରିପୋର୍ଟରେ କୁହାଯାଇଛି ଯେ, ବର୍ମାଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗ ବିଷୟରେ ଯାଂଚ୍ କରାଯିବା ଆବଶ୍ୟକ । ସିଭିସିର ଏକ ସୂତ୍ର ଅନୁଯାୟୀ, ଡିସେମ୍ବର ୨୬ରେ ସିବିଆଇକୁ ଏହି ସମ୍ବନ୍ଧିତ ସମସ୍ତ ଦସ୍ତାବିଜ ଜମା କରିବା ପାଇଁ କୁହାଯାଇଥିଲା । ଏହା ପରେ ସିବିଆଇ ସମସ୍ତ ରିପୋର୍ଟ ଜମା କରିଥିଲା । ବର୍ମାଙ୍କ ବିରୋଧରେ ଅଭିଯୋଗ ଆସିଛି କି, ସେ ମାଲ୍ୟାଙ୍କ ସମ୍ବନ୍ଧିତ କିଛି ଇମେଲ ଲିକ ହେବା ପରେ ଏହାକୁ ଯାଂଚ୍ କରିବା ବଦଳରେ ଏହାକୁ ଲୁଚେଇବାକୁ ଚେଷ୍ଟା କରିଥିଲେ । 

ବ୍ୟାଙ୍କ ଘୋଟାଲା ମାମଲା ଚରମ ସୀମାରେ ସେ ଏହି କାମ କରିଥିଲେ ବୋଲି ସୂଚନା ମିଳିଛି । ସେହି ଭଳି ଆଇଡିବିଆଇ ବ୍ୟାଙ୍କର ୬୦୦ କୋଟି ନେଇ ଫେରା ହୋଇଯାଇଥିବା ରବିଶଙ୍କରନଙ୍କୁ ଭାରତରୁ ଯିବା ପାଇଁ ସେ ଅନୁମତି ଦେଇଥିଲେ ଏବଂ ଏକ ଫାଇଭ୍ ଷ୍ଟାର ହୋଟେଲରେ ଯାଇ ତାଙ୍କ ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ସେବା ନିୟମ ଏବଂ ସିବିଆଇର ଆନ୍ତରିକ ପ୍ରତିକ୍ରିୟାର ବିପରୀତ । ଏହି ସାକ୍ଷାତକାର ପରେ ରବିଶଙ୍କରନଙ୍କ ବିରୁଦ୍ଧରେ ଜାରି ହୋଇଥିବା ସର୍କୁଲାର ଦୁର୍ବଳ ହୋଇଥିଲା । ସେହି ଭଳି ତୃତୀୟ ଅଭିଯୋଗଟି ହେଉଛି ୨୦୧୫ ଅକ୍ଟୋବରରେ ମାଲ୍ୟାଙ୍କ ବିରୁଦ୍ଧରେ ଜାରି ହୋଇଥିବା ସର୍କୁଲାରକୁ ସେ ଦୁର୍ବଳ କରିଥିଲେ । ଫଳରେ ମାଲ୍ୟା ଦେଶ ଛାଡି ପଳାୟନ କରିବାରେ ଏହା ସହାୟକ ହୋଇଥିଲା । 

Subscribe

National International State Sports Entertainment