ଚାକିରୀ ଛାଡିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା
Khabar Odisha:national-news-odisha-alok-verma-resign
ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡିଶା)

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛିନ୍ତି । ଏହା ପୂର୍ବରୁ ଆଲୋକ ବର୍ମା ଅଗ୍ନୀଶମ ଓ ହୋମଗାର୍ଡ ଡିଜି ଦାୟୀତ୍ୱ ନେବାକୁ ମନା କରିଥିଲେ । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇଥିଲା । ଏହା ପରେ ତାଙ୍କୁ ଅଗ୍ନିଶମ ଓ ହୋମଗାର୍ଡର ଡିଜି ଭାବେ ନିଯୁକ୍ତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଡିଓପିଟି ସରକାରଙ୍କ ବିଭାଗ ଯେଉଁଠାରେ  ସରକାରୀ ସଂସ୍ଥା ଗୁଡିକର ମୁଖ୍ୟଙ୍କ ନିଯୁକ୍ତି ହୋଇଥାଏ । 

ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ, ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଏକେ ସିକରୀ ଓ କଂଗ୍ରେସ ନେତା ମଲ୍ଲିକାର୍ଜନୁ ଖଡଗେଙ୍କୁ ନେଇ ହୋଇଥିବା ବୈଠକେ ଆଲୋକ ବର୍ମାଙ୍କୁ ସିବିଆଇ ଡିଜି ପଦରୁ ହଟାଯାଇଥିଲା । 

ଡିଓପିଟରେ ସଚିବ ଶ୍ରୀ ଚନ୍ଦ୍ରମୋଳୀଙ୍କୁ ଚିଠି ଲେଖି କହିଛନ୍ତି ଯେ ସିବିଆଇ ପଦରୁ ହଟାଇବା ପୂର୍ବରୁ ତାଙ୍କୁ ପ୍ରତିକ୍ରିୟା ରଖିବାକୁ ଦିଆଯାଇନଥିଲା । ପୁରା ପ୍ରକ୍ରିୟା ପ୍ରକୃତିକ ନ୍ୟାୟର ସିନ୍ଧାନ୍ତକୁ ଅବମାନନା କରୁଛି । ଆଲୋକ ବର୍ମା କହିଛନ୍ତି ଯେ ଚୟନ କମିଟି ସିବିଆଇ ତଦନ୍ତ କରୁଥିବା ବ୍ୟକ୍ତିର ବୟାନ ଆଧାରରେ ସିଭିସି ପ୍ରସ୍ତୁତ କରିଥିବା ରିପୋର୍ଟକୁ ହିଁ ତର୍ଜମା କରିଛି । 

Subscribe

National International State Sports Entertainment