ସାରଦା ଚିଟଫଣ୍ଡ ଘୋଟାଲା: ନଳିନୀ ଚିଦମ୍ବରମଙ୍କୁ ମଧ୍ୟବର୍ତ୍ତୀ କାଳୀନ ସୁରକ୍ଷା ପ୍ରଦାନ କଲେ ମାଦ୍ରାସ ହାଇକୋର୍ଟ
Khabar Odisha:national-news-odisha-Madras-HC-Gives-Nalini-Chidambaram-Interim-Protection-From-CBI-Arrest
ନୂଆଦିଲ୍ଲୀ,ଜାନୁଆରୀ ୧୨ (ଖବର ଓଡିଶା)

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପତ୍ନୀ ନଳିନୀ ଚିଦମ୍ବରଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରିବାର ଗୋଟିଏ ଦିନ ପରେ ମାଦ୍ରାସ ହାଇକୋର୍ଟ ଶନିବାର ଅଗ୍ରୀମ ଜାମିନ ଅବେଦନ ଶୁଣାଣି କରି ମଧ୍ୟବର୍ତ୍ତୀ କାଳୀନ ସୁରକ୍ଷା ଦେଇଛନ୍ତି । ସିବିଆଇ ଗିରଫ ନିକରିବା ନେଇ ଏହି ସୁରକ୍ଷା ଦେଇଛନ୍ତି । 

ମାଦ୍ରାସ ହାଇକୋର୍ଟର ଜଜ ଚାରି ସପ୍ତାହ ପାଇଁ ନଳିନୀ ଚିଦାମ୍ବରମକୁ ମଧ୍ୟବର୍ତ୍ତୀ କାଳୀନ ଜାମିନ ପ୍ରଦାନ କରିଛନ୍ତି । ଏହାସହ ଏଗମୋର ମଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ନିୟମିତ ଭାବରେ ଅଗ୍ରିମ ଜାମିନ ପାଇଁ କୋଲକାତାର ଅଦଲତରେ ଆବେଦନ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି  । 

ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପତ୍ନୀ ନଳିନୀ ଚିଦମ୍ବରମଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଥିଲା ସିବିଆଇ । ଚିଟଫଣ୍ଡ ଘୋଟାଲାରେ ଜଡିତ ଥିବା ସରଦା ଗ୍ରୁପର କମ୍ପାନୀଠାରୁ ୧.୪ କୋଟି ଟଙ୍କା ନଳିନୀ ଚିଦାମ୍ବରମ ନେଇଥିବା ନେଇ ଚାର୍ଜସିଟ ଦାଖଲ କରିଥିଲା । ଗତକାଲି ସିବିଆଇ ପ୍ରବକ୍ତା ଅଭିଶେକ ଦୟାଳ କହିଛନ୍ତି ଯେ ଚିଦମ୍ବରମଙ୍କ ପତ୍ନୀ ଟଙ୍କା ହେରଫେର କରିବା ଉଦ୍ଦେଶ୍ୟରେ ସାରଦା ଗ୍ରୁପର ମାଲିକ ସୁଦୀପ୍ତ ସେନଙ୍କ ସହ ଅନ୍ୟ ଆରୋପୀ ମାନଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିଲେ । 

ସେ କହିଥିଲେ ଯେ କୋଲକାତାର ବିଶେଷ ଅଦାଲତରେ ଆରୋପ ପତ୍ର ଦାଖଲ କରାଯାଇଛି । ସାରଦା ଗ୍ରୁପ ଆକର୍ଷଣୀୟ ସୁଧର ଲାଞ୍ଚ ଦେଖାଇ ଲୋକଙ୍କଠାରୁ ୨,୫୦୦ କୋଟିରୁ ଅଧିକ ଟଙ୍କା ନେଇଛି କିନ୍ତୁ ଏହି ଟଙ୍କାକୁ ଆଉ ଫେରସ୍ତ କରିନି । ଗ୍ରୁପର ମୁଖ୍ୟ ସୁଦୀପ୍ତ ସେନ ଟଙ୍କା ଫେରସ୍ତ ନକରିପାରିବାରୁ ୨୦୧୩  ପରଠାରୁ ତାଙ୍କ କମ୍ପାନୀର କାରବାରକୁ ବନ୍ଦ କରିଦିଆଯାଇଛି । ୨୦୧୪ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ ।

Subscribe

National International State Sports Entertainment