ଟ୍ୱିଟରରେ ୨୦୧୮ର ସବୁଠୁ ଚର୍ଚ୍ଚିତ ଚେହେରା ତାଲିକାର ଶୀର୍ଷରେ ମୋଦୀ, ଦ୍ୱିତୀୟରେ ରାହୁଲ
Khabar Odisha:narendra-modi-tops-in-top-10-talked-personalities-in-india
ନୂଆଦିଲ୍ଳୀ,ଡିସେମ୍ବର ୦୬(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ନିର୍ବାଚନରେ ପୁଣି ଥରେ ଜିତି କ୍ଷମତାସୀନ ହେବେ କି ନାହିଁ ଏହାକୁ ନେଇ ଅନେକ ପ୍ରକାରର ସର୍ଭେ ଚାଲିଛି। କିନ୍ତୁ ସୋସିଆଲ ମିଡ଼ିଆରେ ଏବେ ବି ତାଙ୍କ ଲୋକପ୍ରିୟତା ସବୁଠୁ ଅଧିକ ରହିଛି । ଟ୍ୱିଟର ଇଣ୍ଡିଆର ରିପୋର୍ଟ ଅନୁଯାୟୀ ୨୦୧୮ ମସିହାରେ ଟ୍ୱିଟର ପ୍ଲାଟଫର୍ମର ସବୁଠାରୁ ଚର୍ଚ୍ଚିତ ଚେହେରା ଭାବେ ମୋଦୀ ରହିଛନ୍ତି । କେବଳ ଏତିକି ନୁହେଁ ଶୀର୍ଷ ୧୦ ବ୍ୟକ୍ତିତ୍ଵଙ୍କ ମଧ୍ୟରେ ବିଜେପିର ହିଁ ଚାରି ଜଣ ନେତା ଅଛନ୍ତି ।

ଟ୍ୱିଟର ଇଣ୍ଡିଆ ପକ୍ଷରୁ କରାଯାଇଥିବା ଟ୍ୱିଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦ୍ୱିତୀୟରେ,ବିଜେପି ରାଷ୍ଟ୍ରୀୟ  ଅଧ୍ୟକ୍ଷ ଅମିତ ଶାହା ତୃତୀୟରେ ଓ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚତୁର୍ଥ ସ୍ଥାନରେ ଅଛନ୍ତି ।

ଅଣ ବିଜେପି ଓ ଅଣ କଂଗ୍ରେସ ନେତା ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏକମାତ୍ର ଚେହେରା ଭାବେ ଶୀର୍ଷ ୧୦ରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ତାଲିକାର ପଂଚମ ସ୍ଥାନରେ ଅଛନ୍ତି। ଷଷ୍ଠ ସ୍ଥାନରେ ଅଭିନେତା ପବନ କଲ୍ୟାଣ ଓ ସାତ ନମ୍ବରରେ ବଲିଉଡ଼ ଷ୍ଟାର ଶାହାରୁଖ ଖାନ ,ଅଷ୍ଟମରେ ବିଜୟ ଓ ନବମରେ ମହେଶ ସ୍ଥାନ ପାଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଚତୁର୍ଥ ଥର ନିର୍ବାଚନ ଜିତିବାକୁ ଆଶା ରଖିଥିବା ଶିବରାଜ ସିଂ ଚୌହାନ ତାଲିକାର ୧୦ ନମ୍ବରରେ ଅଛନ୍ତି।

Subscribe

National International State Sports Entertainment