ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତାରେ ସରକାର, ଦିଲ୍ଲୀରେ ଚାଲିଛି ଜରୁରୀ ବୈଠକ
Khabar Odisha:narendra-modi-is-taking-meeting-with-arun-jaitley-and-dharmendra-pradhan-over-crude-oil
ନୂଆଦିଲ୍ଲୀ, ଅକ୍ଟୋବର ୧୨(ଖବର ଓଡିଶା):

ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜରୁରୀ ବୈଠକ ଡାକିଛନ୍ତି । ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି । ଭାରତର ଅଶୋଧିତ ତୈଳ ଆମଦାନୀ ଉପରେ ଆଜି ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । 

ଗତ କିଛି ଦିନ ଧରି ଦେଶର ସାଧାରଣ ଜନତା ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି । ସରକାର ପେଟ୍ରାଲିୟମ ପଦାର୍ଥ ଉପରେ ୨.୫୦ ପଇସା କମ କରିଥିଲେ ସୁଧା ଦୈନିକ ଏହାର ମୂଲ୍ୟ ବଢିବାରେ ଲାଗିଛି । ଆଜି ମଧ୍ୟ ପେଟ୍ରୋଲ ମୂଲ୍ୟରେ ୧୨ ପଇସା ଏବଂ ଡିଜେଲରେ ୨୮ ପଇସା ବୃଦ୍ଧି ଘଟିଛି । 

ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିବାରେ ଲାଗିଛନ୍ତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରେଜୱାଲା ଟ୍ୱିଟର ଜରିଆରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ସରକାର ଗୋଟିଏ ହାତରେ ହେଉଥିବା ବେଳେ ଅନ୍ୟ ହାତରେ ନେଇ ଯାଉଛନ୍ତି । ଅକ୍ଟୋବର ୪ରେ ସରକାର ତୈଳ ଦର ଅଡେଇ ଟଙ୍କା ହ୍ରାସ କରିଥିବା ବେଳେ ଆଜି ସୁଧା ଏଥିରେ ପ୍ରାୟ ୧ଟଙ୍କା ବୃଦ୍ଧି ଘଟିଛି ।

  • Tags:

Subscribe

National International State Sports Entertainment