ମାଲ୍ୟାଙ୍କ ଖୁଲାସା, ଦେଶ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି
Khabar Odisha:met-finance-minister-before-i-left-said-vijay-mallya
ନୂଆଦିଲ୍ଲୀ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଜାରି ଶୁଣାଣି ସମୟରେ ଏକ ବୟାନ ଦେଇ ବଡ଼ ଧମାକା କରିଛନ୍ତି। ମାଲ୍ୟା କହିଛନ୍ତି ଯେ ସେ ଭାରତ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ।  ସେଟେଲମେଣ୍ଟକୁ ନେଇ ଅର୍ଥମନ୍ତ୍ରୀଙ୍କୁ ସେ ଭେଟିଥିଲେ ମାତ୍ର  ବ୍ୟାଙ୍କ ତାଙ୍କର ସେଟେଲମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କର  ବକେୟା ପରିଶୋଧ କରିବାକୁ ସେ ପ୍ରସ୍ତୁତ ଥିଲେ ବୋଲି ମାଲ୍ୟା କହିଛନ୍ତି। ଉଲ୍ଲେଖଯୋଗ୍ୟ ଲଣ୍ଡନ ସ୍ଥିତ ଓ୍ଵେଷ୍ଟମିନଷ୍ଟର କୋର୍ଟରେ ଶୁଣାଣି ସମୟରେ ଭାରତୀୟ ଅଧିକାରୀ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ମାଲ୍ୟାଙ୍କୁ ରଖିବା ପାଇଁ ପ୍ରସ୍ତୁତ ସେଲର ଭିଡିଓ ଉପସ୍ଥାପନ କରିଥିଲେ। 

କୋର୍ଟରେ ଶୁଣାଣି ପରେ ଯେବେ ଅର୍ଥମନ୍ତ୍ରୀଙ୍କ ସହ  ସାକ୍ଷାତକୁ ନେଇ ପ୍ରଶ୍ନ କରାଗଲା ମାଲ୍ୟା କହିଛନ୍ତି କି ସେ ଏହି ମିଟିଂ ବିଷୟରେ ଅଧିକ ସୂଚନା ଦେଇ ପାରିବେ ନାହିଁ। ଏଠାରେ କହି ରଖୁଛୁ ଯେ ଯେଉଁ ସମୟରେ ମାଲ୍ୟା ଦେଶ ଛାଡି ପଳାୟନ କଲେ ସେହି ସମୟରେ ଦେଶର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଥିଲେ। ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ମାଲ୍ୟା କହିଛନ୍ତି  ସେ କୋର୍ଟରେ ଦେଖାଯାଇଥିବା ଜେଲର ଭିଡିଓକୁ ନେଇ ପ୍ରଭାବିତ ହୋଇଛନ୍ତି। ନିଜର ବକେୟାକୁ ସେଟେଲ କରିବା ପାଇଁ ସେ ବ୍ୟାଙ୍କକୁ ଅନେକ ଥର  ପତ୍ର ଲେଖିଥିଲେ, ମାତ୍ର ବ୍ୟାଙ୍କ ତାଙ୍କର ପତ୍ର ଉପରେ ପ୍ରଶ୍ନ ଉଠାଇଥିଲେ। 

ମାଲ୍ୟା କହିଛନ୍ତି ଯେ ନିଶ୍ଚିତ ରୂପେ ତାଙ୍କ ଉପରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ସେ ସହମତ ନୁହନ୍ତି। ଏହା ବ୍ୟତୀତ ଏହି ମାମଲାରେ କୋର୍ଟି ହିଁ ଅନ୍ତିମ ନିର୍ଣ୍ଣୟ ନେବେ। ଉଲ୍ଲେଖଯୋଗ୍ୟ ମାଲ୍ୟ କହିଥିଲେ ଯେ ଭାରତୀୟ ଜେଲର ସ୍ଥିତି ବହୁତ ଖରାପ।  ତେଣୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାନଯାଉ। ପ୍ରତ୍ୟର୍ପଣରୁ ବଞ୍ଚିବା ପାଇଁ ମାଲ୍ୟାଙ୍କ ଏହି ଦଲିଲ୍ ପରେ ବ୍ରିଟିଶ କୋର୍ଟରେ ଭାରତୀୟ ଅଧିକାରୀ ମୁମ୍ବାଇର ଆର୍ଥର ରୋଡ୍ ଜେଲର ଭିଡ଼ିଓ ଉପସ୍ଥାପନ କରିଥିଲେ। 

ମାଲ୍ୟାଙ୍କ ପାଇଁ ପୂରା ଚମକା ଗଲା ବ୍ୟାରେକ

ମୁମ୍ବାଇ ଆର୍ଥର ରୋଡ ଜେଲର ୧୨ ନମ୍ବର ବ୍ୟାରେକକୁ ଜେଲ ପ୍ରଶାସନ ଏମିତି ଭାବେ ପ୍ରସ୍ତୁତ କରିଛନ୍ତି ଯାହାକୁ ଦୁନିଆର ଲୋକେ ପସନ୍ଦ  ନକରିବାର ପ୍ରଶ୍ନ ଉଠୁନାହିଁ। କାରଣ ଏଠାକାର ସ୍ଵଚ୍ଛତା ଓ ବ୍ୟବସ୍ଥା ବାସ୍ତବରେ ପ୍ରଶଂସନୀୟ ରହିଛି। କୁହାଯାଉଛି ଯେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତୀୟ ଜେଲକ ଖରାପ ଦର୍ଶାଇବାର ତର୍କକୁ କାଟିବା ପାଇଁ ଆର୍ଥର ରୋଡ୍ ଜେଲକୁ ଏମିତି ରୂପ ଦିଆଯାଇଛି। ସୂଚନା ମୁତାବକ ବୁଧବାର ଲଣ୍ଡନର ଅଦାଲତରେ ଭାରତୀୟ ଏଜେନ୍ସି ଜେଲର ୧୨ ନମ୍ବର ବ୍ୟାରେକର ଏହି ଭିଡିଓ ଦେଖାଇଛନ୍ତି। 

  • Tags:

Subscribe

National International State Sports Entertainment