କଂଗ୍ରେସ ଛାଡିବେ ଦଳର ହେଭିୱେଟ, ତାଲିକାରେ ପୂର୍ବତନ ପିସିସି ସଭାପତି ଓ ଏବେକାର କାର୍ଯ୍ୟକାରୀ ସଭାପତି
Khabar Odisha:many-heavy-weight-leader-may-left-odisha-congress
ଭୁବନେଶ୍ୱର, 12 ଅକ୍ଟୋବର (ଖବର ଓଡିଶା)-

ରାଜ୍ୟ କଂଗ୍ରେସରେ କନ୍ଦଳ ଥମିବାର ନାଁ ଧରୁନି  । ଗୋଦରା କୋଡୁଛି ଯେତେ ମାଡୁଛି ସେତେ ନ୍ୟାୟରେ ଚାଲିଛି ଦଳ  । ଦଳର ନେତାମାନେ ବସ୍ ଧରି ଗାଁରେ ବୁଲି ସଙ୍ଗଠନ ସଜାଡିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସେପଟେ ନେତମାନେ ଦଳ ଛାଡିବା ପାଇଁ ତୟାରୀ ହୋଇଗଲେଣୀ ନେତା ।

ନେତୃତ୍ୱର ମନମାନି କାର୍ଯ୍ୟକୁ ବିରୋଧ କରି ଗୋଟିଏ ପଟେ ଗୋଟିଏ ହେଭିୱେଟ ନେତା  ଦଳ ଛାଡିବା ଆରମ୍ଭ କରିଛନ୍ତି  । ଏହି କ୍ରମରେ ଜଣେ ପୂର୍ବତନ ପିସିସି ସଭାପତି ଓ ତାଙ୍କର ସମର୍ଥକଙ୍କ ସହିତ ଜଣେ କାର୍ଯ୍ୟକାରୀ ସଭାପତି ଦଳ ଛାଡିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି  । ଏନେଇ ସେ ରୀତିମତ କାମରେ ଲାଗିପଡିଛନ୍ତି  । ଜଣେ ଆଇଏଏସ ଅଫିସରଙ୍କ ଲିଙ୍କ୍ ରେ ସେମାନେ ବାରମ୍ବାର ଆସି ଏବେ କଂଗ୍ରେସ ଛାଡିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି  ।

ପୂର୍ବତନ ପିସିସି ସଭାପତି ଜଣଙ୍କ ବର୍ତମାନର ସଭାପତିଙ୍କ ରାଜନୈତିତ ଶତ୍ରୁ  । ବିଭିନ୍ନ ସମୟରେ ଏହି ଦୁଇଜଣଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି  । ନିକଟରେ କଂଗ୍ରେସର ପଦଯାତ୍ରା ପାଇଁ ଦଳର ନେତା ମାନେ ବାଲେଶ୍ୱର ଯାଇଥିଲେ  । ଗୋଟିଏ ଆସନରେ ପାଖାପାଖି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପାଖାପାଖି ହୋଇ ବସିବାର ଦେଖିବାକୁ ମିଳିଥିବା ଶ୍ରୀକାନ୍ତଙ୍କ ଶିବିରର ଆଉ ଦୁଇଜଣ ହେଭିୱେଟଙ୍କୁ ଦେଖିବାକୁ ମିଳିନଥିଲା  । ସେହିପରି ଦଳର ଅଧିକାଂଶ ହେଭିୱେଟ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା  । ଏହାକୁ ନେଇ ଅଧିକାଂଶ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି  । ଏହି କ୍ରମରେ ଏହି ପୂର୍ବତନ ସଭାପତି ଜଣଙ୍କ ଦଳ ଛାଡିବେ  ।

ସେହିପରି ଆଉ ଜଣେ କାର୍ଯ୍ୟକାରୀ ସଭାପତି ମଧ୍ୟ ଦଳ ଛାଡିବେ  । ସେ ତାଙ୍କ ପୁଅ ଓ ସମର୍ଥକ ମାନଙ୍କ ସହ ଅନ୍ୟ ଦଳରେ ଯୋଗଦାନ କରିବା ନେଇ ଚର୍ଚ୍ଚା ହେଉଛି  । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା କଂଗ୍ରେସ ଛାଡି ଥିବା ବେଳେ କେଉଁ ଦଳରେ ଯୋଗଦାନ କରିବେ ତାହା ଜଣାପଡିନଥିବା ବେଳେ ଜଣେ ପରେ ଜଣେ ନେତା ଏବେ ଦଳ ଛାଡିବାକୁ ସଜବାଜ ହେଉଥିବା ବେଳେ ରାଜ୍ୟରେ ଦିଗହରା ହୋଇପଡିଥିବା କଂଗ୍ରେସ ଦଳ ଅଣ୍ଟାସଳଖି ଛିଡା ହୋଇପାରିବ କି ନାହିଁ ଏହା ଉପରେ ଏବେ ସମସ୍ତଙ୍କ ନଜର  ।

Subscribe

National International State Sports Entertainment