ଚୀନ ଚାଲରେ ଫସିଲା ମାଳଦ୍ଵୀପ ? ଭାରତକୁ କହିଲା ନିଜର ସୈନିକ, ହେଲିକପ୍ଟର ଫେରାଇ ନିଅ
Khabar Odisha:maldives-seeks-scaling-back-of-indian-presence-as-it-woos-china
ନୂଆଦିଲ୍ଲୀ, ଅଗଷ୍ଟ୧୦(ଖବର ଓଡ଼ିଶା):

ମାଲଦ୍ଵୀପର ଚୀନ ସମର୍ଥକ ଅବଦୁଲା ୟାମିନ ସରକାର ଭାରତକୁ ଆଉ ଏକ ଝଟକା ଦେଇଛି। ମାଲଦ୍ଵୀପ ଏବେ ଭାରତକୁ ନିଜର ସୈନିକ ଓ ହେଲିକପ୍ଟର ଫେରାଇ ନେବାକୁ କହିଛି। ରାଇଟର୍ସର ରିପୋର୍ଟ ମୁତାବକ ଜୁନରେ ଚୁକ୍ତି ଶେଷ ହେବା ପରେ ମାଲଦ୍ଵୀପ ସରକାର ଏହି ପଦକ୍ଷେପ ଉଠାଇଛି। ଏହି ନୂତନ ଘଟଣାକ୍ରମରେ ମାଲଦ୍ଵୀପକୁ ନେଇ ଭାରତ ଓ ଚୀନ ମଧ୍ୟରେ ଟଣାଓଟରା ଅଧିକ ବଢିବାର ସମ୍ଭାବନା ରହିଛି। 

ଦଶନ୍ଧି ଧରି ମାଲଦ୍ଵୀପର ସୈନ୍ୟ ଓ ବେସାମରିକ ଭାଗିଦାରୀ ରହି ଆସିଥିବା ଭାରତର ସ୍ଥିତିକୁ ଦୁର୍ବଳ କରିବା ପାଇଁ ଚୀନ କ୍ରମାଗତ ସେଠାରେ ସଡ଼କ, ବ୍ରିଜ ଓ ବଡ଼ ବଡ଼ ବିମାନ ବନ୍ଦର ନିର୍ମାଣରେ ଜୁଟିଛି। ଗତ ଦିନରେ ଭାରତ ମାଳଦ୍ଵୀପରେ ୟାମିନ ସରକାରଙ୍କ ଏକଛତ୍ରବାଦ ନୀତି ଓ ଜରୁରୀକାଳୀନ ଘୋଷଣାକୁ ବିରୋଧ କରିଥିଲା। ସେହି ସମୟରେ ମାଲଦ୍ଵୀପର ବର୍ତ୍ତମାନ ରାଷ୍ଟ୍ରପତି ଅବଦୁଲ ୟାମିନଙ୍କ ବିରୋଧୀ ଭାରତକୁ ସୈନ୍ୟ ହସ୍ତକ୍ଷେପ  କରିବାକୁ ଦାବି କରିଥିଲେ। 

ଏହି କାରଣରୁ ଭାରତ ଓ ମାଳଦ୍ଵୀପ ମଧ୍ୟରେ ସଂପର୍କରେ ତିକ୍ତତା ଆସିଛି।  ଭାରତ ଓ ମାଳଦ୍ଵୀପ ମଧ୍ୟରେ ଏହି ତିକ୍ତତା ନୂଆଦିଲ୍ଲିର ପ୍ରତିରକ୍ଷା ସହଯୋଗ କାର୍ୟ୍ୟକ୍ରମ ଉପରେ ମଧ୍ୟ ପ୍ରଭାବ ପଡିଛି।  ଏହି ପ୍ରତିରକ୍ଷା ସହଯୋଗ ଆଧାରରେ ପ୍ରଶାନ୍ତ ମହାସାଗରରେ ଛୋଟ  ଛୋଟ ଦେଶକୁ ଇକନୋମିକ ଜୋନ ପ୍ରସ୍ତୁତ କରିବା ଏବଂ ସମୁଦ୍ରୀ ଡକାୟତରୁ  ବଞ୍ଚାଇବା ଉପରେ କାର୍ୟ୍ୟ କରାଯାଇଥାଏ। 

ଭାରତରେ ମାଳଦ୍ଵୀପର ଦୁତ ଅହମଦ ମୋହମ୍ମଦ ରାଇଟର୍ସକୁ କହିଛନ୍ତି ଯେ ଭାରତ ଯେଉଁ ଦୁଇଟି ହେଲିକପ୍ଟର ଦେଇଛି ତାର ଉପଯୋଗ ଏବେ ହେଉ ନାହିଁ। ଏବେ  ମାଳଦ୍ଵୀପ ଭାରତ ଏହି ଦୁଇଟି ହେଲିକ୍ପର ବିନା ହିଁ କାର୍ୟ୍ୟ କରିବାକୁ ସକ୍ଷମ ହୋଇଯାଇଛି। 

  • Tags:

Subscribe

National International State Sports Entertainment