ବଜ୍ରପାତ ଆଶଙ୍କା, ୧୩ ଜିଲ୍ଲାକୁ ସତର୍କ ସୂଚନା
Khabar Odisha:lightening-alerts-to-13-districts
ଭୁବନେଶ୍ୱର, ଅଗଷ୍ଟ ୧୧(ଖବର ଓଡ଼ିଶା):

କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ପ୍ରାୟ ମେଘୁଆ ରହିଛି । ତେବେ ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି । ନୂଆପଡା, ବଲାଙ୍ଗୀର, ବରଗଡ, ବଲାଙ୍ଗୀର, ଖୋର୍ଦ୍ଧା, ସୁନ୍ଦରଗଡ, ଦେବଗଡ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମୟୁରଭଞ୍ଜ, ଝାରସୁଗୁଡା ଓ  ବୌଦ୍ଧ ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।  

  • Tags:

Subscribe

National International State Sports Entertainment